ଶିକ୍ଷା

ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକାର ଚେତାବନୀ: କ୍ଲାସ୍ ନ କଲେ ଭିସା ହରାଇବେ

ୱାସିଂଟଟ୍‌: ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଝିରେ ମଝିରେ କ୍ଲାସ ନ କରିବା କିମ୍ବା ଅଧାରୁ ସେମାନଙ୍କ ପାଠ୍ୟକ୍ରମ ନ ଛାଡ଼ିବାକୁ ଆମେରିକା ଚେତାବନୀ ଦେଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭିସା ହରାଇବା ଆଶଙ୍କା ରହିଛି। ଭବିଷ୍ୟତରେ ସେମାନେ କୌଣସି ଆମେରିକୀୟ ଭିସା ପାଇଁ ଆବେଦନ ବି କରିପାରିବେ ନାହିଁ ବୋଲି ଆମେରିକା ସରକାର ଚେତାବନୀ ଦେଇଛନ୍ତି। ଯଦି ଆପଣ ଶିକ୍ଷାନୁଷ୍ଠାନକୁ ନ ଜଣାଇ ପାଠପଢ଼ା ଛାଡିଦିଅନ୍ତି, କ୍ଲାସ ନ କରନ୍ତି କିମ୍ବା ଆପଣଙ୍କ ଅଧ୍ୟୟନ କାର୍ଯ୍ୟକ୍ରମ ଛାଡିଦିଅନ୍ତି, ତେବେ ଆପଣଙ୍କ ଛାତ୍ର ଭିସା ବାତିଲ ହୋଇପାରେ ଏବଂ ଆପଣ ଭବିଷ୍ୟତରେ ଆମେରିକା ଭିସା ପାଇଁ ଯୋଗ୍ୟତା ହରାଇପାରନ୍ତି। କୌଣସି ସମସ୍ୟାକୁ ଏଡାଇବା ପାଇଁ ସର୍ବଦା ଆପଣଙ୍କ ଭିସା ସର୍ତ୍ତାବଳୀ ପାଳନ କରନ୍ତୁ ଏବଂ ଆପଣଙ୍କ ଛାତ୍ର ମାନ୍ୟତା ବଜାୟ ରଖନ୍ତୁ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି।

ପ୍ରତ୍ୟର୍ପଣ ବିପଦ ଏଡ଼ାଇବା ପାଇଁ ଭିସା ନିୟମ ପାଳନ କରିବାକୁ ଆମେରିକା ଦୂତାବାସର ପରାମର୍ଶ

ଆମେରିକା ସରକାର ବିନା ପୂର୍ବ ସୂଚନାରେ ଭିସା ରଦ୍ଦ କରି ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ପାଲେଷ୍ଟାଇନ୍ ସମର୍ଥକ ଆନ୍ଦୋଳନଠାରୁ ଆରମ୍ଭ କରି ଟ୍ରାଫିକ୍ ଉଲ୍ଲଂଘନ ପର୍ଯ୍ୟନ୍ତ, ଏହାର କାରଣ ଭିନ୍ନ ଭିନ୍ନ ରହିଛି ଯାହା ଅନେକ ସମୟରେ ଛାତ୍ରମାନଙ୍କୁ ଆଇନଗତ ଦ୍ୱନ୍ଦ୍ୱ ଭିତରକୁ ଠେଲି ଦେଇଥାଏ। ସ୍ନାତକୋତ୍ତର ପରେ ଆମେରିକାରେ କାର୍ଯ୍ୟରତ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ପ୍ରାକ୍ଟିକାଲ ଟ୍ରେନିଂ (ଓପିଟି)ରୁ ମୁକ୍ତି ପାଇବା ପାଇଁ ଟ୍ରମ୍ପ ପ୍ରଶାସନର ଯୋଜନାକୁ ମଧ୍ୟ ଭାରତୀୟ ଓ ଅନ୍ୟ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ଭୟ କରୁଛନ୍ତି। ଓପିଟି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଆମେରିକୀୟ ସାଂସଦମାନେ ଫେୟାର୍‌ନେସ୍ ଫର୍ ହାଇ-ସ୍କିଲ୍ଡ ଆମେରିକାନ୍ ଆକ୍ଟ ୨୦୨୫ ନାମକ ଏକ ବିଲ୍ ଆଗତ କରିସାରିଛନ୍ତି। ଏହାବ୍ୟତୀତ ଆମେରିକା ନାଗରିକତା ଓ ଇମିଗ୍ରେସନ ସର୍ଭିସେସ (ୟୁଏସ୍‌ସିଆଇଏସ୍‌) ମୁଖ୍ୟ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ମନୋନୀତ ଜୋସେଫ୍ ଏଡଲୋ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଓପିଟି ଓ ଷ୍ଟେମ୍ (ସାଇନ୍ସ, ଟେକ୍ନୋଲୋଜି, ଇଂଜିନିୟରିଂ ଓ ମ୍ୟାଥ୍‌ମେଟିକ୍ସ) ଓପିଟି ପ୍ରୋଗ୍ରାମ୍‌କୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button