ଶିକ୍ଷା

ଏ ଯାଏଁ ସ୍କୁଲ ଯାଇନି କିନ୍ତୁ ରେକର୍ଡ ପରେ ରେକର୍ଡ କଲାଣି ଏହି କୁନି ଝିଅ, “ସୁପର ଟ୍ୟାଲେଣ୍ଟେଡ କିଡ୍ ତାଲିକାରେ ପାଇଲା ସ୍ଥାନ, ଦେଖନ୍ତୁ video

ଛୋଟ ପ୍ଯାକେଟ ବଡ ଧମାକା । ଏଡିକି ବକଟେ ପିଲା ଜାଣିଛି ଦୁନିଆର ଖବର । 5-10 ବର୍ଷର ସ୍କୁଲ ଯାଉଥିବା ପିଲା ବି ଏତେ ଜିନିଷ ଜାଣି ନ ଥିବେ କି ଏତେ ପୁରସ୍କାର ପାଇ ନ ଥିବେ । ହଁ ଦର୍ଶକ ବନ୍ଧୁ ଏଇ ଅଢେଇ ବର୍ଷର କୁନି ଝିଅ ରେକର୍ଡ ପରେ ରେକର୍ଡ କରି ଚାଲିଛି । ଭଲ କରି କଥା କହିପାରୁ ନାହି ହେଲେ କରିଲାଣି ବିଶ୍ଵ ରେକର୍ଡ । ଏ ବୟସରେ ପିଲା ମାନେ ମା କୋଳ ଛାଡି ନ ଥିବେ ।

ହେଲେ ଏଇ ଜିତୁଛି ଗୋଟେ ପରେ ଗୋଟେ ମେଡାଲ । ଏହି ଭିଡିଓ ରେ ଯେଉଁ ପୁରସ୍କାର ଦେଖା ଯାଉଛି ତାହା ସବୁ କୁନି ଝିଅର । ଇଏ ହେଉଛି ପଦ୍ମପୁର ର ଅର୍ଣ୍ଣିକା ଅଭୀପ୍ସା ପ୍ରଧାନ ବୟସ ମାତ୍ର ଅଢେଇ ବର୍ଷ । ସ୍କୁଲ ମାଟି ମାଡିବା ଆଗରୁ ଏକାଧିକ ଜାତୀୟ ତଥା ଆନ୍ତର୍ଜାତୀୟ ରେକର୍ଡ କରି ସାରିଲାଣି । କୁନି ବୟସରେ ବିଚକ୍ଷଣ ସ୍ମରଣ ଶକ୍ତି ଆଉ ସାଧାରଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ ସାମିଲ କରିବା ପରେ ଏବେ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡ ରେ ସୁପର ଟ୍ୟାଲେନ୍ଟେଡ କିଡ ଟାଇଟେଲ ହାସଲ କରିଛି ।

100 ଜଣ ପ୍ରସିଦ୍ଧ ବ୍ୟକ୍ତି ଙ୍କ ନାମ, ବିଭିନ୍ନ ଦେଶର ଜାତୀୟ ପତାକା ଦେଖି ଦେଶର ନାଁ, ଭାରତର ଜାତୀୟ ସଂକେତ, ଓଡିଆ ଓ ହିନ୍ଦୀ ରେ ବର୍ଣ୍ଣମାଳା, ଫଳ, ଫୋନ, ପନିପରିବା, ପଶୁପକ୍ଷୀ, ଯାନବାହନ, ଅଭିନୟ ସମ୍ପର୍କିତ ଶବ୍ଦ, ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ନାମ, ଓଡିଆ ଓ ଇଂରାଜୀ ରେ ମାସ ଓ ଋତୁ ପରି ଅନେକ ବିଷୟ ଉପରେ ମନେ ରଖି ଦେଉଛି ଅର୍ଣ୍ଣିକା ଅଭୀପ୍ସା ପ୍ରଧାନ ।

ଏଭଳି ପ୍ରତିଭା ପାଇଁ ଗତ ଫେବୃଆରୀ ମାସରେ ସେ ଜିଣିଛନ୍ତି ସୁପର ଟ୍ୟାଲେନ୍ଟେଡ କିଡ ବର୍ଗ ରେ ୱାନ-ଇନ-ମିଲିୟନ ଟାଇଟେଲ । ଘର ଲୋକ ଓ ପଡୋଶୀ ସମସ୍ତେ ଅଭୀପ୍ସା ଙ୍କ ଆଜି ଗର୍ବିତ ଅନୁଭବ କରୁଛନ୍ତି । ବାପା ପଦ୍ମପୁର ଜଳ ସମ୍ପଦ ବିଭାଗରେ କାର୍ଯ୍ୟ ରତ ଥିବା ବେଳେ ମା ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଏଣୁ କୁନି ଝିଅ ଅର୍ଣ୍ଣିକା ନିଜ ପ୍ରାୟ ସମୟ ଜେଜେ ମା ଙ୍କ ସହ ବିତାଇଥାଏ ।

ସାରା ଦିନ ଖେଳିବା ସମୟରେ ଦେଶ ଦୁନିଆର କଥା ଶିଖି ଥାଏ । ଏତେ କମ ବୟସରେ ଅନନ୍ୟ ପ୍ରତିଭା ଅଧିକାରୀ ଅର୍ଣ୍ଣିକା ଅଭୀପ୍ସା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରୁଛି । ଯିଏ ଦେଖୁଛି ସମସ୍ତେ କହୁଛନ୍ତି କୁନି ଝିଅର ଭବିଷ୍ୟତର ଉଜ୍ଵଳ ହେଉ । ସେ ଖୁବ ନାଁ କରୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର କୁନି ଝିଅ ଅର୍ଣ୍ଣିକା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button