ମନୋରଞ୍ଜନ

‌ବିଗ୍ ବିଙ୍କୁ ଛାଡ଼ି ଶାହରୁଖଙ୍କୁ ଡନ୍ କରିଥିବା ବେଳେ ବି ଏଭଳି ଟ୍ରୋଲ କରାଯାଇଥିଲା: ଫରହାନ – Utkal Mail


ମୁମ୍ବାଇ: ଅଭିନେତା ତଥା ସିନେ ନିର୍ଦ୍ଦେଶକ ଫରହାନ ଅଖତର କିଛି ଦିନ ତଳେ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ଆନୁଷ୍ଠାନିକ ଭାବରେ ‘ଡନ୍’ ଫ୍ରାଞ୍ଚାଇଜର ତୃତୀୟ ଭାଗ ନିର୍ମାଣ ‌ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଅଗଷ୍ଟ ୯ରେ ଡନ୍-୩ର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲେ ଫରହାନ। ଟିଜରରେ ଅଭିନେତା ରଣବୀର ସିଂହ ଡନ୍ ହେବେ ବୋଲି ଜଣାପଡ଼ିଥିଲା।

ତେବେ ଶାହରୁଖଙ୍କୁ ନନେଇ ରଣବୀରଙ୍କୁ ଡନ୍ ଚରିତ୍ର ଦେଇଥିବାରୁ ଟ୍ରୋଲ ହୋଇଥିଲେ ଫରହାନ। ଏବେ ଟ୍ରୋଲିଂ ଉପରେ ଜବାବ ଦେଇଛନ୍ତି ଫରହାନ ଅଖତର। ସେ କହିଛନ୍ତି ଯେ, “ମୁଁ ପ୍ରକୃତରେ ଏହାକୁ ଆଗକୁ ନେବାକୁ ଅପେକ୍ଷା କରିଛି। ମୋର କହିବାର ମାନେ ହେଲା ରଣବୀର ବହୁତ ଭଲ ଅଭିନେତା। ଏହି ଭୂମିକା ପାଇଁ ସେ ପୂରା ଫିଟ୍। ଯେତେବେଳେ ଶାହରୁଖଙ୍କୁ ଡନ୍ କରାଯାଇଥିଲା, ସେତେବେଳେ ବି ଆମକୁ ଟ୍ରୋଲ କରାଯାଇଥିଲା। ସମସ୍ତେ କହିଲେ, ‘ହେ ଭଗବାନ, ତୁମେ କିପରି ଅମିତାଭ ବଚ୍ଚନଙ୍କୁ ବଦଳାଇ ପାରିବ?’ ସେତେବେଳେ ବି ଏହି ସବୁ ଘଟିଥିଲା। ହେ‌ଲେ ପରେ ଶାହରୁଖ ସମସ୍ତଙ୍କ ମନ କିଣିଥିଲେ।

ପୂର୍ବରୁ ଦୁଇଟି ଭାଗରେ କିଙ୍ଗ ଖାନ୍ ଶାହରୁଖ ଡନ୍ ଭୂମିକାରେ ନଜର ଆସିଥିବା ବେଳେ ଏବେ ତୃତୀୟ ଭାଗରେ ରଣବୀର ସିଂହ ଡନ୍ ହେବେ। ଟିଜରରେ ରଣବୀରଙ୍କ ଧମାକେଦାର ଲୁକ୍ ଦେଖିବାକୁ ମିଳିଛି। ଏବେ ଟିଜର ରିଲିଜ୍ ହୋଇଥିବା ବେଳେ ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button