ବ୍ୟବସାୟ

ବିଜୟାନନ୍ଦ ଟ୍ରାଭେଲ୍‌ସ ୫୫୦ ବସ୍ କିଣିବ – Utkal Mail


‌ବେଙ୍ଗାଲୁରୁ: ବିଜୟାନନ୍ଦ ଟ୍ରାଭେଲ୍‌ସ ୫୫୦ଟି ଇଣ୍ଟରସିଟି ବିଳାସପୂର୍ଣ୍ଣ ବସ୍ କିଣିବା ଲାଗି ଭଲ୍‌ଭୋ ଓ ଆଇସର୍‌କୁ ବରାଦ ଦେଇଛି। କଂପାନି ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରିବ। ଏହା ୫୦୦ଟି ଆଇସର ଇଣ୍ଟରସିଟି ଏସି ଓ ଅଣ ଏସି ସ୍ଲିପର୍‌ ବସ୍ ଏବଂ ୫୦ଟି ଭଲ୍‌ଭୋ ୯୬୦୦ ବିଳାସପୂର୍ଣ୍ଣ ସ୍ଲିପର୍‌ କୋଚ୍ କିଣିବ। କଂପାନି ଏବେ କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ‌ତେଲେଙ୍ଗାନା, ଗୁଜରାଟ ଓ ଗୋଆରେ ସେବା ପ୍ରଦାନ କରୁଛି। ଆଗାମୀ ଦିନରେ ଏହା ସର୍ବଭାରତୀୟ ସ୍ତରରେ ସେବା ଯୋଗାଇବ। ଏହି ଅବସରରେ ବିଜୟାନନ୍ଦ ଟ୍ରାଭେଲ୍‌ସର ପରିଚାଳନା ନିର୍ଦ୍ଦେଶକ ଶିବ ଶଙ୍କେଶ୍ବର କହିଛନ୍ତି ଯେ ଆମେ ସର୍ବଭାରତୀୟ ସ୍ତରରେ ସେବା ପ୍ରଦାନ କରିବାକୁ ଯୋଜନା ରଖିଛୁ। ଆମର ନୂଆ ନିବେଶ ହେଉଛି ସେହି ଲକ୍ଷ୍ୟର ପ୍ରତିଫଳନ। ଭଲ୍‌ଭୋ ଓ ଆଇସର ସହିତ ଆମ ସହଯୋଗିତା ଆଗକୁ ଆହୁରି ବଢ଼ିବ ଓ ସମୃଦ୍ଧ ହେବ ବୋଲି ସେ କହିଛନ୍ତି। ଭଲ୍‌କୋର ଏମ୍‌ଡି ଓ ସିଇଓ ବିନୋଦ ଅଗ୍ରୱାଲ୍ କହିଛନ୍ତି ଯେ ବିଜୟନନ୍ଦ ଟ୍ରାଭେଲ୍‌ସଠାରୁ ଏହି ବରାଦ ହାସଲ କରିଥିବାରୁ ଆମେ ଆନନ୍ଦିତ।




Related Articles

Leave a Reply

Your email address will not be published. Required fields are marked *

Back to top button