ନୀତି

ବାଣ୍ଟି ଖାଇବାରୁ ୧୮୦ ଟଙ୍କା ତଣ୍ଡ! – Utkal Mail


ବେଳେ ବେଳେ ହୋଟେଲମାନଙ୍କରେ ଅପ୍ରତ୍ୟାଶିତ ମାହାସୁଲ ଗ୍ରାହକମାନଙ୍କୁ ଅତିଷ୍ଠ କରିପକାଏ। ମାତ୍ର ଉଚିତ ମୂଲ୍ୟ ଦେଇ ମଗାଇଥିବା ଖାଦ୍ୟକୁ ନିଜ ବନ୍ଧୁ ସହ ବାଣ୍ଟି ଖାଇଲେ ଯେ ତଣ୍ଡ ଗଣିବାକୁ ପଡ଼ିବ, ତାହା ବିଶ୍ବାସ କରିବା କଷ୍ଟ। ଇଟାଲିର ଏକ ହୋଟେଲରେ ଜଣେ ବ୍ରିଟିସ ପର୍ଯ୍ୟଟକଙ୍କ ସହ ସେଭଳି ଘଟିଛି। ଇଟାଲିର ଗେରା ଲାରିଓ ସ୍ଥିତ କୋମୋ ହ୍ରଦ ସନ୍ନିକଟ ‘ବାର୍‌ ପେସ୍‌’ ନାମକ ଏକ ଭୋଜନାଳୟରେ ଜଣେ ପର୍ଯ୍ୟଟକ ଏକ ସାଣ୍ଡ୍ବିଚ୍‌ ବରାଦ କରିଥିଲେ। ଖାଦ୍ୟ ଆସିଲା ପରେ ସେ ତାହାକୁ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଖାଇବା ପାଇଁ ମନସ୍ଥ କରିଥିଲେ। ଦୁଇ ବନ୍ଧୁ ଖାଇ ସାରି ଯେବେ ପଇସା ପୈଠ କରିବାକୁ ଯାଆନ୍ତି, ବିଲ୍‌ ଦେଖି ସେମାନଙ୍କ ଅକଲ ଗୁଡୁମ।

ସେ ବରାଦ କରିଥିବା ବ୍ୟଞ୍ଜନର ମୂଲ୍ୟ ବାଦ୍‌ ବିଲ୍‌ରେ ୨ ୟୁରୋ ବା ପ୍ରାୟ ୧୮୦ ଟଙ୍କା ଯୋଡ଼ାଯାଇଥିଲା। କାରଣ- ସାଣ୍ଡ୍ବିଚ୍‌କୁ ଦୁଇଭାଗ କରି ଖାଇବା। ତେବେ ହୋଟେଲ ମାଲିକାଣୀଙ୍କ ସଫେଇ ଥିଲା ଭିନ୍ନ ପ୍ରକାରର। ତାଙ୍କ କହିବା କଥା, ତାଙ୍କ ହୋଟେଲରେ ଯାହା କିଛି ଅଧିକ ବରାଦ କରାଯାଏ, ସେଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାଏ। ଏ କ୍ଷେତ୍ରରେ ପର୍ଯ୍ୟଟକ ଜଣକ ବନ୍ଧୁଙ୍କ ସହ ଭାଗ କରି ଖାଇବା ଲାଗି ଗୋଟିଏ ଖାଲି ଥାଳିଆ ମଗାଇଥିଲେ। ପୁଣି ଜଣକ ସ୍ଥାନରେ ଦୁଇ ଜଣ ପାଣି ବ୍ୟବହାର କରିଥିଲେ। ସାଣ୍ଡ୍ବିଚ୍‌କୁ କାଟି ଦୁଇଖଣ୍ଡ କରିବା ଲାଗି ହୋଟେଲ ପରିଚାରକର ସମୟ ନଷ୍ଟ ହୋଇଥିଲା। ଅବଶ୍ୟ ଖାଇବା ପୂର୍ବରୁ ଗ୍ରାହକ ଜଣାଇଥିଲେ ହୁଏତ ସେମାନେ ଅଧିକ ମୂଲ୍ୟ କଷିନଥା’ନ୍ତେ ବୋଲି ମାଲିକାଣୀ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button