ବ୍ୟବସାୟ

ସ୍ପାଇସଜେଟରେ ସ୍ୱାଧୀନତା ଦିବସ ଅଫର, ମାତ୍ର ୧୫୧୫ ଟଙ୍କାରେ କରନ୍ତୁ ବିମାନ ଯାତ୍ରା – Utkal Mail


ମାତ୍ର ୧୫୧୫ ଟଙ୍କାରେ ବର୍ଷକ ପାଇଁ ଅଫର ଦେଉଛି ସ୍ପାଇସଜେଟ । ସ୍ୱାଧୀନତା ଦିବସ ଅଫର ଭାବେ ସ୍ପାଇସଜେଟ୍‌ ୧୫୧୫ ଟଙ୍କା ଦେଇ ବିଭିନ୍ନ ସ୍ଥାନକୁ ଯିବାକୁ ସୁଯୋଗ ଦେଉଛି । ଏହି ଅଫର ୨୦ ଅଗଷ୍ଟ ଯାଏଁ ଚାଲିବ । ଅଗଷ୍ଟ ୧୫ ଠାରୁ ଆସନ୍ତାବାର୍ଷ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣ ଏହି ବଜେଟରେ ଯାତ୍ରା କରିପାରିବେ ।

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ କମ୍ପାନୀ ସ୍ପାଇସଜେଟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ନେଇ ଆସିଛି । ସ୍ପାଇସଜେଟରେ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଯାତ୍ରୀ ୧୫୧୫ ଟଙ୍କା ଦେଇ ବିମାନରେ ଯାତ୍ରା କରିବାର ସୁଯୋଗ ଲାଭ ଉଠାଇପାରିବେ । ସ୍ପାଇସଜେଟର ଅଫର ୨୦ ଅଗଷ୍ଟ ଯାଏଁ ଚାଲିବ । ତେବେ ଅଗଷ୍ଟ ୧୫ ଠାରୁ ଆସନ୍ତାବାର୍ଷ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣ ଏହି ବଜେଟରେ ଯାତ୍ରା କରିପାରିବେ ।

ସ୍ପାଇସଜେଟ୍ ୧୫୧୫ ଟଙ୍କାର ଟିକେଟ୍ ବ୍ୟତୀତ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା ଫ୍ଲାଇଟ୍ ଭାଉଚର୍ ମଧ୍ୟ ପ୍ରଦାନ ଦେଉଛି । ଏହା କେବଳ ସିଙ୍ଗଲ ୟୁଜ ପାଇଁ ହେବ । ଏହାକୁ କୌଣସି ଅନ୍ୟ ଅଫର ସହିତ ମିଶାଯିବ ନାହିଁ । ଏହା ବ୍ୟତୀତ ଏୟାରଲାଇନ୍ସ କମ୍ପାନୀ ମଧ୍ୟ ୧୫ ଟଙ୍କାରେ ମନ ମୁତାବକ ସିଟ୍‌ ଚୟନ କରିବା ପାଇଁ ସୁଯୋଗ ମଧ୍ୟ ଦେଉଛି । ଆପଣ ୨୦ ଅଗଷ୍ଟ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ ।

୧୫୧୫ ଟଙ୍କାରେ ମୁମ୍ବାଇ-ଗୋଆ, ଜାମ୍ମୁ-ଶ୍ରୀନଗର, ଗୋଆ-ମୁମ୍ବାଇ, ଗୁଆହାଟି-ବାଗଡୋଗ୍ରା, ଚେନ୍ନାଇ-ହାଇଦ୍ରାବାଦ ଭଳି ସ୍ଥାନକୁ ଯାଇ ବୁଲିପାରିବେ । ଆପଣ ଏହି ଅଫର ସ୍ପାଇସଜେଟର େଓ୍ଵବସାଇଟ୍‌, ମୋବାଇଲ ଆପ୍‌, ରିଜର୍ଭେସନ ଏବଂ ସିଲେକ୍ଟଡ ଟ୍ରାଭେଲ ଏଜେଣ୍ଟଙ୍କ ଠାରୁ ପାଇପାରିବେ ।


Related Articles

Leave a Reply

Your email address will not be published. Required fields are marked *

Back to top button