ଓଡିଶା
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ବ୍ରହ୍ମପୁରର R&Bର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର ଧର୍ମନଗରରେ ରହିଛି 2 BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ରହିଛି । ଏହା ସହ ଭୁବନେଶ୍ବର ସହିଦ ନଗରରେ 3 BHK ଫ୍ଲାଟ ଉପରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି ୩ଜଣ DSP ଏବଂ ୭ଜଣ ଇନ୍ସପେକ୍ଟର ।