ବିଚାର

ତମ୍ବା ମୁଣ୍ଡିଆକୁ ଗିଳୁଥିଲା ଅହିରାଜ, ସାପ ୨ଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ

ନୟାଗଡ : ସାପକୁ ଗିଳିଲା ସାପ । ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରୁ ଅହିରାଜ ସାପ ଉଦ୍ଧାର ।  ଖଳିସାହି ଅଞ୍ଚଳର ସ୍ନେକ ହେଲଫ ଲାଇନର ୨ଟି ବିଷଧର ସାପ ଉଦ୍ଧାର କରାଯାଇଛି । ବିଷଧର ସାପ ଅହିରାଜ ଏକ ତମ୍ବା ମୁଣ୍ଡିଆ ପ୍ରଜାତିର ସାପକୁ ଗିଳୁଥିବା ବେଳେ ସାମ୍ବାଦିକ ମାନଙ୍କ ନଜରକୁ ଆସିଥିଲା ।  ପରେ ସ୍ନେକ ହେଲପ ଲାଇନକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା ।  ଖବର ପାଇ ସ୍ନେକ ହେଲପ ଲାଇନର ମୁନା ଓ ତାର ୨ ସହଯୋଗୀ ସନ୍ତୋଷ ପାତ୍ର ଓ କାଳିଆ ଦାସ ଘଟଣା ସ୍ଥଳରେ ପହଞ୍ଚି ସାପ ୨ ଟିକୁ ଉଦ୍ଧାର କରିଥିଲେ ।

ସାନ ସାପର ଶରୀରରେ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିବାରୁ ତାର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସାପ ୨ ଟିକୁ ଜନ ବସତି ଠାରୁ ବହୁ ଦୂରରେ ଘଞ୍ଚ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ବିଷଧର ସାପ ୨ ଟିକୁ ଦେଖିବା ପାଇଁ ସଂଘ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ଭିଡ଼ ଜମିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button