ଓଡିଶା

ଆମ୍ବ ବଗିଚାରେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟ, ଜଣେ ଅଟକ

ଅନୁଗୁଳ: ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ତଳଶିରା ଗାଁରେ ଦନ୍ତାହାତୀର ମୃତ୍ୟୁ ।  ଆମ୍ବ ଖାଇବାକୁ ଆମ୍ବ ବଗିଚା ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟ ହୋଇଛି । ଆମ୍ବ ବଗିଚାକୁ ସୁରକ୍ଷା ଦେବାକୁ ମାଲିକ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାର ମୃତ୍ୟୁ ହୋଇଛି । ବଗିଚା ମାଲିକକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ ।

ସେପଟେ ଦନ୍ତା ଆକ୍ରମଣରେ ଜଣେ ମୃତ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ଘଟିଛି ଘଟଣା ।  ମୃତକ ହେଲେ କଣଲୋଇ ଭଗମୁଣ୍ଡା ଗାଁର ପ୍ରସନ୍ନ ନାଏକ । ଘରପାଖ ଆମ୍ବ ଗଛରୁ ଆମ୍ବ ଗୋଟାଉ ଥିବା ବେଳେ କଚାଡି ମାରିଛି ଦନ୍ତା ।

Related Articles

Leave a Reply

Your email address will not be published. Required fields are marked *

Back to top button