ଜୀବନଶୈଳୀ

ଭୁବନେଶ୍ବରରେ ଡୁପ୍ଲିକେଟ ବିରାଟ କୋହଲି: ହେୟାର ଷ୍ଟାଇଲ, ଦାଢି ସହ ମୁହଁ ମିଶୁଥିବା ଯୁବକଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଭୁବନେଶ୍ବରରେ ଡୁପ୍ଲିକେଟ ବିରାଟ କୋହଲି ।  ବିରାଟଙ୍କ ଭଳି ଦେଖାଯାଉଥିବା ଭୁବନେଶ୍ବର ଅନନ୍ତ ବାସୁଦେବ ମନ୍ଦିରର ପୂଜକ ଲିଙ୍ଗରାଜ ମହାସୁଆର ଏବେ ସୋସିଆଲ ମଡିଆରେ ଭାଇରାଲ ହେଉଛନ୍ତି । ବିରାଟଙ୍କ ଭଳି ହେୟାର ଷ୍ଟାଇଲ, ଦାଢି ସହ ମୁହଁ ମିଶୁଥିବା ଯୁବକଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ବିରାଟଙ୍କ ଭଳି ଦେଖାଯାଉଥିବା ଯୁବକ ଜଣକଙ୍କ ଭିଡିଓକୁ ଫୁଡ ବ୍ଳଗର ପ୍ରଥମ ଅରୋରା ୟୁଟ୍ୟୁବରେ ଅପଲୋଡ କରିଥିଲେ । ଏହି ଭିଡିଓଙ୍କୁ ଏବେ ଦଶ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଲିଙ୍ଗରାଜ ମହାସୁଆର ବିରାଟଙ୍କର ଫ୍ୟାନ ।  ବିରାଟ କୋହଲିଙ୍କ ସହିତ ତାଙ୍କର ଚେହେରା ମିଶୁଥିବା ଲୋକମାନେ କହୁଥିବାରୁ ସେ ନିଜକୁ ଖୁବ ଖୁସି ଲାଗୁଚି ବୋଲି ଲିଙ୍ଗରାଜ ମହାସୁଆର କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button