ଓଡିଶା

କମିଲା ବର୍ଷା, ବଢିବ ତାତି : ୫ରୁ ୬ ଦିନ ମଧ୍ୟରେ ୨ରୁ ୪ଡିଗ୍ରୀ ବଢିପାରେ ତାପମାତ୍ରା

ଭୁବନେଶ୍ୱର : ମୌସୁମୀ ଗାଏବ, ପୁଣି ତାତି ।  ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ ।  ଆଜିଠୁ ପୁଣି ବଢିବ ତାତି ।  ୫ରୁ ୬ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି ।  ତଥାପି ସଂପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳ ଉପରେ ରହିଛି ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି ।

ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button