ଆଜି ଶେଷ ହେଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ସହରରେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ହେଉଛି ଶେଷ ଦିନ । ଗତକାଲି ବିଳମ୍ବିତ ରାତିରେ ଦେବ ଦମ୍ପତିଙ୍କ ଯୁଗଳ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ଶହ ନଗର ପରିକ୍ରମା କରିଥିଲେ । ପୁରା ରାତି ତମାମ ବଡ଼ବଜ଼ାର ର ଶିତେଳେଶ୍ୱର ବାବା, ଠାକୁର ପଡାର ଗୁପ୍ତେଶ୍ୱର ବାବା, ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର, ମୋଡ଼ିପଡ଼ାର ଜାଗେଶ୍ୱର ବାବା ଓ ଝାଡୁଆପଡାର ଲୋକନାଥ ବାବାଙ୍କ ଯୁଗଳ ଦର୍ଶନ ଶ୍ରଦ୍ଧାଳୁ ମାନେ କରିଥିଲେ ।
ଏହି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ ଦଳ ମଧ୍ୟ ଭାଗ ନେଇଥିଲେ । ଭୋରରୁ ଏହି ନଗର ପରିକ୍ରମା କିଛି ସମୟ ପାଇଁ ବନ୍ଦ ରହିଛି । ପୁଣି ଏହି ନଗର ପରିକ୍ରମା ଆଜି ପୁଣି ଆରମ୍ଭ ହେବ ଯାହା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଭିଡ଼କୁ ଦେଖି ପ୍ରାୟ ୬୦ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି ସହରରେ । ସକାଳୁ ସକାଳୁ ଭକ୍ତମାନେ ଯୁଗଳ ଦର୍ଶନ ପାଇଁ ବିଭିନ୍ନ ଛକ ମାନଙ୍କରେ ଛିଡା ହୋଇଥିବା ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା କରୁଥିବା ଦେଖା ଦେଇଛି ।