ଜୀବନଶୈଳୀ

ଜାମୁକୋଳି ଖାଇବାକୁ ଯାଇ ଅଘଟଣ, ଗଛରୁ ତଳକୁ ଖସି ନାବାଳକ ମୃତ

ରେଢାଖୋଲ :  ଜାମୁକୋଳି ଖାଇବା ହେଲା କାଳ । ଜାମୁକୋଳି ଖାଇବା ପାଇଁ ଗଛକୁ ଚଢିଥିବା ବେଳେ ଗଛରୁ ତଳକୁ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଗଛରୁ ତଳକୁ ପଡ଼ି ଯିବାରୁ ତଳେ ଥିବା ଏକ ବାଡ଼ର ବାଡ଼ି ବାଳକର ପେଟରେ ପଶି ଅପର ପାର୍ଶ୍ୱରେ ବାହାରି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏମିତି ଅଭାବନୀୟ ଘଟଣା ଘଟିଛି  ରେଢାଖୋଲ ନାକଟିଦେଉଳ ଥାନା ବାଟଗାଁ ପଞ୍ଚାୟତ ଗଦାଧରପୁର ଗାଁରେ । ମୃତ ନାବାଳକ ଜଣଙ୍କ ହେଲେ ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ କଂସାରୀ ବୋଲି ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button