ଧର୍ମ

ସକାଳୁ ଉଠି ନିଜ ହାତ ଦେଖନ୍ତୁ, ବଦଳିଯିବ ଆପଣଙ୍କ ଭାଗ୍ୟ, ହେବ ଧନ ବର୍ଷା

ସକାଳୁ ଉଠିବା ପରେ ସମସ୍ତେ ନିଜ ନିଜ ଅନୁସାରେ ଦିନର ପ୍ରଥମ କାର୍ଯ୍ୟ ସ୍ଥିର କରନ୍ତି। ପ୍ରାୟ ସମସ୍ତେ ନିଜ ନିତ୍ୟକର୍ମ ସାରିବାକୁ ଉଚିତ ମନେ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଦିନର ପ୍ରଥମ କାମ ଆପଣଙ୍କ ଭାଗ୍ୟ ବଦଳାଇପାରିବ। ଯଦି ଆପଣ ଶୋଇକରି ଉଠିବା ବେଳେ ନିଜ ହାତ ଦେଖିବାକୁ ଦିନର ପ୍ରଥମ କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଜୀବନରେ ଶୁଭ ଦିନ ଆସିବା ସହ ଆପଣଙ୍କୁ ଅନେକ ସଫଳତା ମିଳିପାରିବ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପଣ ସକାଳେ ଉଠିବା ପରେ ସଙ୍ଗେସଙ୍ଗେ ନିଜ ହାତ ପାପୁଲିକୁ ଦେଖନ୍ତୁ। ଏହା କରିବା ଦ୍ୱାରା ଜୀବନରେ ଅନେକ ସୁଫଳ ମିଳେ। ହାତ ଦେଖି ଉଠିଲେ ଦିନଟି ଶୁଭମୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଆଉ ମଧ୍ୟ କୁହାଯାଏ ଯେ, କର କିମ୍ବା ହାତର ଉପର ପାଖରେ ମା ଲକ୍ଷ୍ମୀ ଠାକୁରାଣୀ, ମଝିରେ ମା ସରସ୍ଵତୀ ଦେବୀ ଏବଂ ତଳ ପାର୍ଶ୍ଵରେ ବିଷ୍ଣୁ ରହିଥାନ୍ତି।

ତେବେ ପ୍ରତିଦିନ ସକାଳୁ ନିଜ ହାତ ଦେଖିବା ଏହି ୩ ଦେବାଦେବୀଙ୍କ ଦର୍ଶନ ସହ ସମାନ ଅଟେ। ହାତ ଦେଖିବା ଦ୍ୱାରା ଭଗବାନଙ୍କ କୃପା ମଧ୍ୟ ଆପଣ ପାଇ ପାରନ୍ତି। ଏହା କରିଲେ, ଉଭୟ ଆର୍ଥିକ ଏବଂ ବିଦ୍ୟା କ୍ଷେତ୍ରରେ ସଫଳତା ମିଳିଥାଏ। ମାନସିକ ଶାନ୍ତି ପାଇଁ ଏହା ନିତ୍ୟାନ୍ତ ଜରୁରୀ ଅଟେ। ହାତ ଦେଖିବା ଆପଣଙ୍କ ଭବିଷ୍ୟତକୁ ଚମକାଇ ମଧ୍ୟ ପାରେ ବୋଲି ବିଶ୍ୱାସ କରାଯାଏ।

ହାତ ଦେଖିବା ସହ, ଯଦି ଆପଣ ଏହାକୁ ଏକ ଚୁମ୍ବନ ଦେବେ ତାହାଲେ ଆପଣଙ୍କୁ ଧନପ୍ରାପ୍ତିର ସୁଯୋଗ ମିଳିପାରେ। ଠିକ ସେହିପରି ହାତକୁ ଚୁମ୍ବନ କରି ନିଜ ଚେହେରାରେ ଲଗାଇଲେ ଅନେକ ରୋଗରୁ ମୁକ୍ତି ମିଳେ। ତେବେ ସକାଳୁ ଉଠି ହାତ ଦେଖିବା ଏକ ଶୁଭ କାର୍ଯ୍ୟ ଅଟେ। ଆପଣ ଏହାକୁ ନିହାତି କରିବା ଆବଶ୍ୟକ।

Related Articles

Leave a Reply

Your email address will not be published. Required fields are marked *

Back to top button