ଦେଶ ବିଦେଶ

ନେପାଳରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ: ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ବିହାରରେ କମ୍ପନ ଅନୁଭୂତ – Utkal Mail


ନୂଆଦିଲ୍ଲୀ: ଆଜି ସକାଳ ପ୍ରାୟ ୭.୨୪ରେ ନେପାଳରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ରିପୋର୍ଟ କରିଛି।

ଭାରତର ଉତ୍ତର ପ୍ରଦେଶ, ବିହାର ଓ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ସେହିପରି, ବାଗମତୀ ଓ ଗଣ୍ଡକୀ ପ୍ରଦେଶର ଅନ୍ୟାନ୍ୟ ଜିଲ୍ଲାରେ ବି ଏହାର ପ୍ରଭାବ ବା କମ୍ପନ୍ନ ଅନୁଭୂତ ହୋଇଛି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ରିପୋର୍ଟ ଅନୁସାରେ, ନେପାଳରେ ରବିବାର (୨୨.୧୦.୨୦୨୩) ସକାଳ ୭ଟା ୨୪ ମିନିଟ୍‌ ୨୦ ସେକେଣ୍ଡ୍‌ ସମୟରେ ଅକ୍ଷାଂଶ ୨୭.୯୨ ଓ ଦ୍ରାଘିମା ୮୪.୭୧ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ଉତ୍ପତ୍ତି ହୋଇଛି।

ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ସୂଚନା ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୬.୧ ଓ ଏହା ନେପାଳର ରାଜଧାନୀ ନଗରୀ କାଠମାଣ୍ଡୁରେ ବେଶୀ ଅନୁଭୂତ ହୋଇଛି। ‘ଦି ନ୍ୟାସ୍‌ନାଲ୍‌ ଆର୍ଥକ୍ବେକ୍‌ ମନିଟରିଙ୍ଗ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌’ କହିଛି ଯେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ରାଜଧାନୀ କାଠମାଣ୍ଡୁର ପଶ୍ଚିମ ପ୍ରାନ୍ତରୁ ୫୫ କିଲୋମିଟର ଦୂରେ ଥିବା ଧାଡ଼ିଙ୍ଗ୍‌ ଜିଲ୍ଲା।




Related Articles

Leave a Reply

Your email address will not be published. Required fields are marked *

Back to top button