ନୀତି

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜେହିଂ ପଦ ସୁରସରିତା ପରମ ପୁନୀତା ପ୍ରଗଟ ଭଈ ସିବ ସୀସ ଧରୀ । ସୋଈ ପଦ ପଂକଜ ଜେହି ପୂଜନ ଅଜ ମମ ସିର ଧରେଉ କୃପାଲ ହରୀ ॥

ଏହି ଭାଁତି ସିଧାରୀ ଗୌତ୍ତମ ନାରୀ ବାର ବାର ହରି ଚରନ ପରୀ । ଜୋ ଆତି ମନ ଭାବା ସୋ ବରୁ ପାବା ଗୈ ପତି ଲୋକ ଅନଂଦ ଭରୀ ।।

ଭାବାର୍ଥ :- ହେ କୃପାଳୁ ଶ୍ରୀହରି ! ଯେଉଁ ଚରଣରୁ ପରମ ପବିତ୍ର ଗଙ୍ଗା ମାତାଙ୍କର ଉଦଗମ ହୋଇଛି, ଯାହାଙ୍କୁ ଶ୍ରୀ ମହାଦେବ ନିଜ ମୁଣ୍ଡରେ ଧାରଣ କରିଛନ୍ତି, ଆଉ ଯାହାଙ୍କ ଚରଣ କମଳକୁ ସ୍ବୟଂ ବ୍ରହ୍ମା ପୂଜନ କରନ୍ତି, ଆପଣ ସେହି ଚରଣ କମଳକୁ ମୋ ମୁଣ୍ଡ ଉପରେ ରଖିଲେ । ଏହି ପ୍ରକାରେ ଭଗବାନଙ୍କ ସ୍ତୂତି କରି କରି ପ୍ରଭୁ ଶ୍ରୀରାମଙ୍କ ଚରଣ କମଳକୁ ଧରି ପ୍ରଣାମ କଲେ । ଏହି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଲା, ସମସ୍ତଙ୍କୁ ଭଲ ଲାଗିଲା । ରାମଙ୍କ ଠାରୁ ବର ପାଇ ମହର୍ଷି ଗୌତମଙ୍କ ପତ୍ନୀ ମାତା ଅହଲ୍ୟା ଆନନ୍ଦରେ ନିଜର ସ୍ବାମୀଙ୍କ ଆଶ୍ରମକୁ ଚାଲିଗଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button