କହେଁଇପୁର ଠାରେ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଟାଙ୍ଗୀ-ଚୌଦ୍ୱାର ୨୯/୮/୨୨: ଓଡିଶା ସୂଚନା ଅଧିକାର ଅଭିଯାନର ଟାଙ୍ଗୀ ଚୌଦ୍ୱାର ବ୍ଲକ ଦ୍ୱାରା କହେଁଇପୁର ସ୍ଥିତ କନିକିରା ମନ୍ଦିର ଠାରେ ସୂଚନା ଅଧିକାର ଆଇନ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶଶୀକାନ୍ତ ମହାନ୍ତି ଓ ନବକିଶୋର ଦାସ ଓ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି. ଆଇନ ଉପରେ ପ୍ରଶିକ୍ଷଣ ଦେବାପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ର ଆବାହକ ପଦୀପ ପ୍ରଧାନ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ. ସୂଚନା ଅଧିକାର ଆଇନ କିଭଳି ଜଣେ ସାଧାରଣ ଲୋକ ବ୍ୟବହାର କରି ଅନେକେ ଦୁର୍ନୀତି ର ପର୍ଦାଫାଶ କରୁଛନ୍ତି, ୧୦ ଟଙ୍କା ବ୍ୟବହାର କରି ଜଣେ ସୂଚନା କର୍ମୀ କିଭଳି କୋଟିକୋଟି ଟଙ୍କା ଦୁର୍ନୀତି ଉନ୍ମୋଚନ କରିପାରୁଛନ୍ତି ତାହା ଉପରବ ଆଲୋଚନା କରିଥିଲେ. ସୂଚନା ଆଇନ କୁ ବ୍ୟବହାର କରି ବହୁତ ଗୁଡିଏ ପ୍ରଶାସନିକ ନିଷ୍ପତି ଜାଣିପାରୁଛନ୍ତି ଫଳରେ ପ୍ରଶାସନିକ ଅଧିକାରୀ ମାନେ କୌଣସି ନିଷ୍ପତି ନେଲାବେଳେ ଆଗେ ସୂଚନା କର୍ମୀ ମାନେ ଏହାଉପରେ କାଳେ ସୂଚନା ମାଗିବେ ସେଥିପାଇଁ ଭାୟକରି ମନଇଛା ନିଷ୍ପତି ନେବାରୁ ଓହରି ଯାଉଛନ୍ତି. ଜଣେ ସାଧାରଣ ନାଗରିକ ସୂଚନା ଆଇନ ବ୍ୟବହାର କରି ୪୮ ଘଣ୍ଟା ମଧ୍ୟରେ ଜୀବନ ଜୀବିକା ସମ୍ପର୍କିତ ଅର୍ଥାତ ମେଡିକାଲ ଚିକିସ୍ଥା, ଥାନା ର ଗିରଫଦାରୀ, ଜେଲ ସମ୍ବନ୍ଧିତ ସୂଚନା ପାଇପାରିବେ | ଏହି ଆଇନ ବ୍ୟବହାର କରି ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆ୍ୱାସ ଠାରୁ ଆରମ୍ଭ କରି ନରେଗା ଯୋଜନା ସଂବନ୍ଧରେ ତଥ୍ୟ ମାଗି ସ୍ଥାନୀୟ ବ୍ଲକ ଏବଂ ପଂଚାୟତରେ ଜଣାପଡିବ ଫଳରେ ଧୀରେ ଧୀରେ ପ୍ରଶାସନିକ ଅଧିକାରୀ ହିତାଧିକାରୀ ଚୟନ କଲାବେଳେ ସତର୍କତା ଅବଲମ୍ବନ କରୁଛନ୍ତି | ଏହି ଆଇନ ବ୍ୟବହାର କରି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଉନ୍ମୋଚନ ହୋଇପାରୁଛି |ଏହାପରେ ଉପସ୍ଥିତ ଥିବା ମେମ୍ବର ମାନେ ଆଇନକୁ ବ୍ୟବହାର କରି୍ୱା ପାଇଁ ବିଭିନ୍ନ ଫର୍ମ କିଭଳି ପୂରଣ କରାଯାଇପାରିବ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ. ଉପସ୍ଥିତ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରଶ୍ନମାନ ପଚାରି ବୁଝିଥିଲେ.ଏହାପରେ ବ୍ଲକ କମିଟି ଗଠନ, ମେମ୍ବାରସିପ ଗ୍ରହଣ ଓ ସୂଚନାଧିକାର ପତ୍ରିକା ବଣ୍ଟନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ପ୍ରୀତିରଞ୍ଜନ ବେହେରା ସଂଯୋଜନା କରିଥିଲେ ଏବଂ କାର୍ଯ୍ୟକ୍ରମରେ ସୂଚନା କର୍ମୀ ମନୋଜ ସାହୁ, ଭୀମସେନ ବିଶ୍ୱାଳ, ଶ୍ରୀକାନ୍ତ ପାକଳ, ଅଶୋକ ସାମଲ, ଟାଙ୍ଗୀର ପୂର୍ବତନ ସରପଞ୍ଚ ଅମୁଲ୍ୟ ସାହୁ, ଅଶୋକ ନାଥ, ମନୋଜ ଖିଲାର, କେଶବ ବେହେରା, ଦୀପକ ଚୌଧୁରୀ ରୂପକ ମହାନ୍ତି, ବିଜୟ ଖିଲାର, ସୁରେଶ ମହନ୍ତ, ନିହାର ସାହୁ, ବିନୋଦ ବେଉରା ଜେମା ସର୍ଦାର, ଇତିଶ୍ରୀ ମହାରଣା, ପ୍ରିୟଦର୍ଶିନୀ ମଲ୍ଲିକ, ଶକୁନ୍ତଳା ପାଲ, ପ୍ରଦୀପ କୁମାର ସାହୁ. ଏବଂ ଅନ୍ୟାନ୍ୟ ବହୁ ମେମ୍ବର ଉପସ୍ଥିତ ଥିଲେ |