କରୋନା

କରନ ଜୋହରଙ୍କ ଘରେ କରୋନା ଭାଇରସର ଦସ୍ତକ, ଘରର ଏହି ଦୁଇ ସଦସ୍ୟ କରୋନା ପଜେଟିଭ

ବଲୀଉଡ ପ୍ରସିଦ୍ଧ ନିର୍ମାତା ଏବଂ ନିର୍ଦେଶକ କରନ ଜୋହରଙ୍କ ଘରେ କରୋନା ଭାଇରସ ଦସ୍ତକ ହୋଇଛି, କରନଙ୍କ ଘରେ କାମ କରୁଥିବା ଦୁଇଟି ଲୋକଙ୍କୁ କୋବିଡ – ୧୯ ଟେଷ୍ଟ ପଜେଟିବ ବାହାରିଛି, ତାଙ୍କୁ କରନ ବିଲଡିଙ୍ଗ ର ଗୋଟେ ଜାଗାରେ କ୍ଵାରେଣ୍ଟାଇନ କରା ଯାଇଛି, ବିଏମସି ଦ୍ଵାରା ପୁରା ବିଲଡିଙ୍ଗକୁ ସାନିଟାଇଜ କରା ଯାଇଛି, କରନ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ସମସ୍ତଙ୍କ କରୋନା ସଂକ୍ରମଣ ଟେଷ୍ଟ ନେଗେଟିବ ଆସିଛି । ସଂଯୋଗ ବସ ୨୫ ମଇରେ କରନ ଜୋହର ଜନ୍ମଦିନ ହୋଇଥାଏ, ଏହି ବର୍ଷ କରନ ୪୮ ବର୍ଷ ର ହୋଇଯାଇଛନ୍ତି ।

Image Courtesy: Google

କରୋନା ଭାଇରସ ପାଇଁ ସେ ନିଜ ଜନ୍ମଦିନ ପାର୍ଟି କରି ପାରିଲେ ନାହିଁ କିନ୍ତୁ ଘରେ ନିଜ ପୁଅ ୟଶ, ଝିଅ ରୁହି ଏବଂ ମା ହିରୁ ଜୋହର ସହ କେକ କାଟି ନିଜ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ୨୫ ମଇ ସନ୍ଧ୍ୟାରେ କରନ ଜୋହର ଟ୍ବିଟ କରି ଏହା ଜଣେଇଥିଲେ ଯେ ତାଙ୍କ ଘରେ କରୋନା ପହଞ୍ଚି ଯାଇଛି, ଏହା ବିଷୟରେ ସେ ସ୍ପଷ୍ଟ କରି ସବୁ କଥା କହିଲେ ।

Image Courtesy: Google

“ମୁଁ ଆପଣଙ୍କୁ ଏହା କହିବା ପାଇଁ ଚାହୁଞ୍ଚୁ ଯେ ଆମ ଘରେ ଦୁଇଟି ଷ୍ଟାଫକୁ କରୋନା ଟେଷ୍ଟ ପୋଜେଟିବ ଆସିଛି, ତେବେ ଲକ୍ଷଣ ଦେଖିବା ତୁରନ୍ରତ ପରେ ତାଙ୍କୁ ବିଲଡିଙ୍ଗ ଗୋଟେ ସେକ୍ସନରେ କ୍ଵାରେଣ୍ଟାଇନ ରେ ରଖା ଯାଇଛି, ଏହା ପରେ ବିମେସି ରେ ଜଣେଇ ଦିଆ ଯାଇଥିଲା ଏବଂ ବିଲଡିଙ୍ଗକୁ ଫ୍ୟୁମିଗେଟ କରିବା ସହ ନିୟମ ଅନୁଯାଇ ସାନିଟାଇଜ କରା ଯାଇଛି ।”

 

ପରିବାର ଅନ୍ୟ ଲୋକ ଏବଂ ଷ୍ଟାଫ ସୁରକ୍ଷିତ ଅଛନ୍ତି ଓ କୌଣସି ପ୍ରକାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳି ନାହିଁ, ଆମ ସମସ୍ତଙ୍କ ସକାଳେ ସ୍ଵାବ ଟେଷ୍ଟ କରା ଯାଇଛି, ଯାହା ନେଗେଟିବ ବାହାରିଛି କିନ୍ତୁ ଆସନ୍ତା ୧୪ ଦିନ ସେଲ୍ଫ ଆଇସୋଲେସନ ରେ ରହିବୁ, ଯାହା ଦ୍ଵାରା ଆମ ଆଖ ପାଖ ଲୋକ ସୁରକ୍ଷିତ ରହିବେ । ସୁରକ୍ଷା ପାଇଁ ଆମକୁ ଏହା କରିବା ଉଚିତ ଏବଂ ଆମେ ପ୍ରତିବଦ୍ଧ ଅଛୁ ଏବଂ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ଯେ ସବୁ ନିୟମ ସଠିକ ଭାବରେ ପାଳନ ହେଉଛି ।

Image Courtesy: Google

ଆମେ ଏହାର ମଧ୍ୟ ଧ୍ୟାନ ରଖିବୁ ଯେ ତାଙ୍କୁ ସର୍ବ ଶ୍ରେଷ୍ଠ ଚିକିତ୍ସା ପ୍ରଦାନ ହେଉ, ଆମକୁ ଏହା ପୂର୍ଣ ଆଶା ଅଟେ ଯେ ସେ ଏହି ରୋଗ ଠାରୁ ଲଢି ଫେରିବେ । ତେବେ ସୂଚନା ଅନୁଯାଇ ଏହା ଆଗରୁ ବୋନୀ କପୁର ଘରେ କାମ କରୁଥିବା ଷ୍ଟାଫରେ ମଧ୍ୟ କରୋନା ସଂକ୍ରମଣ ପୋଜେଟିବ ଆସିଥିଲା, ଯାନବୀ କପୁର ଏହା ବିଷୟରେ ନୋଟ ଲେଖି ସୂଚନା ଦେଇଥିଲେ, ଦେଶ ସାରା କରୋନା ଭାଇରସ ସଂକ୍ରମିତ ସଂଖ୍ୟା ଗୋଟେ ଲକ୍ଷ ୩୮ ହଜାର ଉପରେ ଯାଇଛି ତେବେ ୫୭ ହଜାର ଲୋକ ଭଲ ହେଇଯାଇଛନ୍ତି ଏବଂ ୪ ହଜାର ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button