କ୍ରାଇମ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା

ବଣାଇ, 29/08/22: ବଣାଇ ଉପଖଣ୍ଡ ଲହୁଣୀପଡା ବ୍ଲକ କେ, ବଲାଙ୍ଗ ଥାନା ଅନ୍ତର୍ଗତ ଖଡ଼ିଆବାହାଲ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଯୁବକକୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଜଣାପଡ଼ିଛି । ଘଟଣାର ସୂଚନା ଅନୁଯାୟୀ, କେ ବଲାଙ୍ଗ ଥାନା ଅନ୍ତର୍ଗତ ଖଡିଆ ବାହାଲ ଗ୍ରାମର ମଙ୍ଗଲ ମୁଣ୍ଡା ନିଜ ଘରେ ଥିବା ବେଳେ ସେହି ଗ୍ରାମର ଗାନାସା ମୁଣ୍ଡା ପହଞ୍ଚି ପୂର୍ବର କୌଣସି କଥାକୁ ନେଇ ବଚସା କରିଥିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହେଇ ଗାନାସା ମୁଣ୍ଡା ପୂର୍ବରୁ ପ୍ରସ୍ତୁତ ହୋଇ ସାଙ୍ଗରେ ଆଣି ଥିବା ଏକ କଟୁରୀ ମାରଣାସ୍ତ୍ର ଯୋଗେ ଅତର୍କିତ ଭାବେ ମଙ୍ଗଲ ମୁଣ୍ଡା ର ମୁଣ୍ଡ, ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ହାଣି ଦେଇଥିଲା ଏବଂ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଘଟଣାସ୍ଥଳରେ ମଙ୍ଗଲ ମୁଣ୍ଡା ପଡ଼ି ଗୁରୁତର ହେଇ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଲହୁଣୀ ପଡା ଚିକିତ୍ସାଳୟ କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହେଇଥିଲା । ଏବାବଦରେ କେ ବଲାଙ୍ଗ ପୋଲିସ ଖବର ପାଇ ଡାକ୍ତରଖାନା ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଅନୁସନ୍ଧାନ କରି ଫେରାର ହେଇଥିବା ମାନାସା ମୁଣ୍ଡା କୁ ସ୍ଥାନୀୟ ଜଙ୍ଗଲ ରେ ଲୁଚିଥିବା ଅବସ୍ଥାରେ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କଟୁରୀ କୁ ମଧ୍ୟ ଜବତ କରିଥିବା ଜଣା ପଡ଼ିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button