ଓଡିଶା

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ, ରେଲୱେ ଷ୍ଟେସନ୍‌ରୁ ପୋଲିସ ଉଠାଇ ନେଇଥିବା ସୂଚନା

ରାୟଗଡ଼ା: ରାୟଗଡ଼ାରେ ମେଧା ପାଟେକର ଅଟକ । ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରାୟଗଡ଼ା ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ନିର୍ଜନ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ ।

ସୂଚନା ଅନୁସାରେ ଆଜି କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତେ ।  ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି ପୋଲିସ । ବିଶ୍ୱ ପରିବେଶ ଦିବସ ଅବସରରେ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମ୍ବନୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା ।  ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।  ଘଟଣା ସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ଓ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମାଜିଷ୍ଟ୍ରେଟ ଭାବେ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button