ସ୍ୱାସ୍ଥ୍ୟ

ଫ୍ରିଜରେ ମାଛ ରଖି ଖାଉଥିଲେ ଏହି ଖବର ନିଶ୍ଚୟ ପଢନ୍ତୁ, ଏହା ଆପଣଙ୍କୁ ପହଞ୍ଚାଇ ପାରେ ହସ୍ପିଟାଲରେ

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ସମସ୍ତେ ଜାଣିଛନ୍ତି, ଏବଂ ବହୁତ ଲୋକଙ୍କ ପ୍ରିୟ ଖାଦ୍ୟ ମାଛ ଅଟେ । ମାଛ ରେ ବହୁତ ଗୁଡିଏ ପ୍ରୋଟିନ ଥାଏ ବୋଲି ଆମେ ଜାଣିଛୁ କିନ୍ତୁ କଣ ଆପଣ ଜାଣିଛନ୍ତି କି ଫ୍ରିଜ ମାଛ ଆପଣଙ୍କୁ ହସ୍ପିଟାଲ ପଠେଇ ପାରେ । ଯଦି ଆପଣ ମାଛ ଖାଇବା ପସନ୍ଦ କରନ୍ତି ତାହେଲେ ତାଜା ମାଛ ଖାଆନ୍ତୁ, ମାଛକୁ ଫ୍ରିଜ ରେ ଅଧିକ ସମୟ ରଖି କରି ରୋଷେଇ କରନ୍ତୁ ନାହିଁ ।

ବଜାର ରୁ ମାଛ ଆଣିବା ତୁରନ୍ତ ପରେ ମାଛ କୁ ପ୍ଲାଷ୍ଟିକ ରୁ କାଢି ବାସନ ରେ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ତାକୁ ସାଙ୍ଗେ ସାଙ୍ଗେ ଧୋଇକି ରୋଷେଇ କରିବା ପାଇଁ ।

ସାମାନ୍ୟ ରୂପରେ କୁହା ଯାଇଛି କି କଞ୍ଚା ମାଛ ହେଉ ବା ତରକାରୀ ମାଛ କୌଣସି ପ୍ରକାର ଖାଦ୍ଯ ଜିନିଷ ଫ୍ରିଜ ରେ ଦୁଇ ଦିନ ରୁ ଅଧିକ ରଖି ଖାଇଲେ ଦେହ ଖରାପ ହୁଏ ଏବଂ ସେଥିପାଇଁ ତାଜା ମାଛ ଖାଇବା ଉତ୍ତମ ଅଟେ । ମାଛ ର ଅଲଗା ଅଲଗା ପ୍ରଜାତି ହୋଇଥାଏ କିଛି ମାଛ ଦୁଇ ଦିନ ତ କେଉଁ ମାଛ ପାଞ୍ଚ ଦିନ ତାଜା ରହି ପାରେ କିନ୍ତୁ ପାଞ୍ଚ ଦିନ ରୁ ଅଧିକ କୌଣସି ମାଛ ତାଜା ରହି ପାରିବ ନାହିଁ ।

ରୋଷେଇ ହୋଇଥିବା ମାଛ ଜଲ୍ଦି ଖରାପ ହୋଇଥାଏ । ଆପଣ ଯେଉଁ ମାଛ ରାନ୍ଧିଛନ୍ତି ଯଦି ତାହା ଅଧିକ ହୋଇ ଯାଉଛି ତାହେଲେ ଚେଷ୍ଟା କରନ୍ତୁ ଗୋଟେ ଦୁଇ ଦିନ ଭିତରେ ଖାଇବା ପାଇଁ ନଚେତ ସେହି ଖାଦ୍ଯ ଆପଣଙ୍କୁ ହସ୍ପିଟାଲ ପଠେଇ ଦେବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button