Odia Dhaga Dhamali- ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ । ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ ।
୧- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ ?
ଉତ୍ତର – ନିଆଁ ।
୨- ଗୋଟିଏ ଗାଡି ଚାରୋଟି ପାଇଲଟ ?
ଉତ୍ତର – କୋକେଇ ।
୩-ଜଣେ ଲୋକ ୩ ଟଙ୍କାରେ ନଡ଼ିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?
ଉତ୍ତର – ସେ ଆଗରୁ କୋଟିପତି ଥିଲା ।
୪- ଆଗ ବାପ ର ଜନ୍ମ ନା ପୁଅର ଜନ୍ମ ?
ଉତ୍ତର – ପୁଅ ଜନ୍ମ ହେଲାପରେ ଡାକିବ ।
୫- ଆଜିକାଲି ଲୋକ କ’ଣ ମାଗଣାରେ ବେଶି ମାରୁଛନ୍ତି?
ଉତ୍ତର – ମିଶକଲ୍ ।
୬- ତିନି ଅକ୍ଷର ନାମ ତାର, ଓଲୋଟା କିମ୍ବା ସିଧା ଲେଖା ହେବ ସମାନ?
ଉତ୍ତର – କଟକ ।
୭- କାହାର ଜନ୍ମଦିନ ପ୍ରତିବର୍ଷ ଆସେ ନାହିଁ ?
ଉତ୍ତର – ଫେବୃଆରୀ ୨୯ ଅଧିବର୍ଷ ।
୮- ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି, ଦାନ୍ତ କିଲା ଭଣଜା ପଛରୁ କାହିଁକି ଏହାର ମାନେ କଣ ?
ଉତ୍ତର- ସାପ, କପାତୁଲା ।
୯- ସବୁଦିନ କିଏ ନୂଆ ଶାଢ଼ୀ ପିନ୍ଧେ ?
ଉତ୍ତର – ପିଜୁଳି ଗଛ ।
୧୦- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?
ଉତ୍ତର – ଟୋପି ।
୧୧- ଗରିବ ଲୋକ ଫିଙ୍ଗି ଦିଅନ୍ତି ଧନୀ ଲୋକ ସାଇତି ରଖନ୍ତି । ତାହା କ’ଣ ?
ଉତ୍ତର – ସିଙ୍ଗାଣି ।
୧୨- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?
ଉତ୍ତର – ବେଲ୍ଟ ।
୧୩- କିଏ ମନାକଲେ ମଧ୍ୟ ପିଛା ଛାଡେ ନାହିଁ ?
ଉତ୍ତର – ଛାଇ ।
୧୪- ଝିଅ ବୋହୂ ମାନେ କଣ ବର୍ଷକୁ ଥରେ କିଣନ୍ତି । କିନ୍ତୁ ବ୍ୟବହାର କରନ୍ତି ନାହିଁ ?
ଉତ୍ତର – ରାକ୍ଷୀ ।
୧୫- ସକାଳେ ୪ ଟି ଗୋଡ, ଦ୍ଵିପ୍ରହରରେ ୨ ଟି ଗୋଡ ସନ୍ଧ୍ୟାରେ ୩ ଟି ଗୋଡ । ସେ କିଏ ?
ଉତ୍ତର – ମଣିଷ – ଶିଶୁ ଅବସ୍ଥା, ଯୌବନ ଅବସ୍ଥାରେ, ତିନି ମୁଣ୍ଡିଆ (ବାଧକ୍ୟ) ।
୧୬- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?
ଉତ୍ତର – ତାରା ।
୧୭- ଆକାଶରୁ ପଡ଼ିଲା ଟୋକାଟିଏ ତା’ ମୁଣ୍ଡରେ ଠୋପାଟିଏ ?
ଉତ୍ତର – ତାଳ ।
୧୮- କବାଟ ପଡ଼ିଲେ ଦୁନିଆ ଅନ୍ଧାର କବାଟ ଖୋଲିଲେ ଦୁନିଆ ସୁନ୍ଦର ?
ଉତ୍ତର – ଆଖି ପତା ।
୧୯- ତିନୋଟି ଅକ୍ଷରେ ନାମଟି ତାର ନ ରୁ ଆରମ୍ଭ ନ ରୁ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ ?
ଉତ୍ତର – ନୟନ ( ଆଖି ) ।