ସିଏମଓ ନାଁରେ ଠକେଇ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରୁ ଠକିନେଲେ ଦୁଇ ଲକ୍ଷ ଟଙ୍କା

ଅନୁଗୁଳ : ସିଏମଓ ନାଁରେ ଠକେଇ । ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରୁ ଠକିନେଲେ ଦୁଇ ଲକ୍ଷ ଟଙ୍କା । ଟଙ୍କା ନଦେଲେ ମାଲକାନଗିରି ବଦଳି କରାଇଦେବାକୁ ଧମକ ଦେଇ ଠକେଇ ହୋଇଛି । ଠକେଇ ଶିକାର ହୋଇଛନ୍ତି ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ । ଦୁଇଲକ୍ଷ ଟଙ୍କା ନେବା ପରେ ପୁଣୀ ୫ଲକ୍ଷ ଟଙ୍କା ମାଗିଥିଲେ ଠକ । ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ । ଠକେଇ କରିଥିବା ଅଭିଯୁକ୍ତ ହେଉଛି ଭୀମଟାଙ୍ଗି ଅଞ୍ଚଳର ଜାନକୀ ମହାପାତ୍ର ।
ଗତ ଏକମାସ ତଳେ ଜାନକୀ ମହାପାତ୍ର ନାମକ ଜଣେ ବ୍ୟକ୍ତ ପ୍ରତାପଙ୍କୁ ଫୋନ କରିଥିଲେ । ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ମାଲକାନଗିରି ବଦଳି କରାଇଦେବାକୁ ଧମକ ଦେଇଥିଲେ । ବଦଳି ରୋକିବାକୁ ହେଲେ ଦୁଇଲକ୍ଷ ଟଙ୍କା ଦେବାକୁ କହିଥିଲେ ଜାନକୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଛି ଭାବି ତାଙ୍କ କଥା ରାଜି ହୋଇଯାଇଥିଲେ ପ୍ରତାପ । ତାଙ୍କ କହିବାନୁସାରେ ଭୀମଟାଙ୍ଗି ସ୍ଥିତ ଘରକୁ ଆସି ଦୁଇଲକ୍ଷ ଟଙ୍କା ଦେଇଥିଲେ। ପରେ ପୁଣି ଫୋନ କରି ୫ଲକ୍ଷ ଟଙ୍କା ମାଗିଥିଲେ । ଏଥିରେ ପ୍ରତାପ ଅରାଜି ହେବାରୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ।