ଓଡିଶା

ରାଜଧାନୀରେ ‘ଆମ ବସ’ ସେବା ବନ୍ଦ, ମାଷ୍ଟରକ୍ୟାଣ୍ଟିନରୁ ଗଡ଼ୁନି ବସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଆମ ବସ ସେବା ବନ୍ଦ ହୋଇଯାଇଛି । ଆମ ବସ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନ କରିବା ଯୋଗୁ ବସ ସେବା ବନ୍ଦ ରହିଛି । ଆମ ବସର ବହୁ ଡ୍ରାଇଭର ଏବଂ କଣ୍ଡକ୍ଟର ମାଷ୍ଟରକ୍ୟାଣ୍ଟିନସ୍ଥିତ ଆମ ବସ୍‌ ଡିପୋରେ ଗାଡ଼ି ରଖି ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ ବିନା କାରଣରେ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେଣୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଗାଡ଼ି ଚଳାଚଳ ବନ୍ଦ ରଖିଥିବା ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button