ଓଡିଶା
ଓଲଟିଲା ଦେଶି ଡଙ୍ଗା, ଜଳ ଭଣ୍ଡାରରେ ବୁଡ଼ି ଜଣେ ନିଖୋଜ

ମାଲକାନଗିରି: ଓଲଟିଲା ଡଙ୍ଗା । ମାଲକାନଗିରି ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଯାଇଛନ୍ତି । ଓରପଦର୍ ନଦୀ ଘାଟରେ ଘଟିଛି ଏହି ଘଟଣା । ଦୀର୍ଘ ସମୟ ବିତିଗଲା ପରେ ବି ମିଳିନି କୌଣସି ପତ୍ତା । ସେପଟେ ଆଜି ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣରେ ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ଥାନା ଅନ୍ତର୍ଗତ ଓରାପଦର୍ ରୁ ବାଟାଗୁଡ଼ା ଗ୍ରାମକୁ ଦେଶୀ ଡଙ୍ଗା ମାଧ୍ୟମରେ ଜଣେ ପୁରୁଷ ଓ ଦୁଇ ମହିଳା ତିନିଜଣ ଯାଉଥିବା ବେଳେ ଡଙ୍ଗା ଚାଳକ ସାଙ୍କା ପଲାସି କାତ୍ ସହ ନଦୀ ଭିତରେ ଖସି ଯାଇଥିଲେ। ଦୀର୍ଘ ସମୟ ପରେ ଦୁଇ ମହିଳା ସହ ଡଙ୍ଗାକୁ ଓରାପଦର ଗ୍ରାମବାସୀ ଉଦ୍ଧାର କରିଥିଲେ। କିନ୍ତୁ ଡଙ୍ଗାରୁ ଖସି ଯାଇଥିବା ସାଙ୍କା ପଲାସୀ ବର୍ତ୍ତମାନ ଯାଏ ନିଖୋଜ୍ ଅଛନ୍ତି । ବାରମ୍ବାର ଏହିଭଳି ଘଟଣା ଘଟୁଥିବା ବେଳେ, ଆଜି ପର୍ଯ୍ୟନ୍ତ ସେଠାରେ ସେତୁ ନିର୍ମାଣ ପାଇଁ ପ୍ରଶାସନ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।