ଜୀବନଶୈଳୀ

କଣ ପ୍ରଥମ ଥର ଶାରିରୀକ ସମ୍ପର୍କ ଦ୍ୱାରା ମହିଳା ହୋଇ ଯାଆନ୍ତି ଗର୍ଭବତୀ ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ତେବେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ ଏବଂ ତା ପୂର୍ବରୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଅନେକ ସମୟରେ ଅନେକ ମହିଳା ବା ପୁରୁଷ ଏ ବିଷୟରେ ଅବଗତ ନଥାନ୍ତି ଯେ କିପରି ଗର୍ଭ ଧାରଣ କରି ପାରିବେ। ତେଣୁ ଆଜି ଆମେ ଆଜିର ଏହି ଲେଖାରେ ଆପଣଙ୍କୁ ଜଣାଇବୁ ଯେ ଜଣେ ମହିଳା ଗର୍ଭବତୀ ହେବା ପାଇଁ କେତେଥର ଶାରିରୀକ ସମ୍ପର୍କ ସ୍ଥାପନ କରିବେ। ଆପଣଙ୍କୁ କହି ରଖୁଛୁ ଯେ ଯାହା ଗବେଷଣା ହୋଇଛି ସେହି ଅନୁସାରେ ପାଖାପାଖି ୭୮ ଥର ଶାରିରୀକ ସମ୍ପର୍କ ରଖିବା ପରେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି।

କଣ କହୁଛି ରିସର୍ଚ୍ଚ ?
ଏହା ସହିତ ଏକ ଦମ୍ପତ୍ତି ସାଧାରଣ ଭାବରେ ୧୪୫ ଦିନ ଏକତ୍ର ବସବାସ କରିବା ପରେ ଯାଇ ମାଆ ବାପା ହେବାର ସୌଭାଗ୍ୟ କୁ ହାସଲ କରିଥାନ୍ତି।ଏହା ଏକ ଗବେଷଣା ଉପରେ ଆଧାରିତ। ତେବେ ଏହି ଗବେଷଣା କୁ ୫ ପ୍ରତିଶତ ପତି ପତ୍ନୀ ସ୍ବୀକାର କରିଛନ୍ତି। ସେମାନେ ମାସିକ ଥରେ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହେଇଛନ୍ତି ଏବଂ ଆଉ କେତେକ ମାସିକ ୧୩ ଥର ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଉ ୪୩ ପ୍ରତିଶତ ମହିଳା ଏହା ସ୍ବୀକାର କରିଛନ୍ତି ଯେ ମାନସିକ ଚାପରେ ରହିବା ହେତୁ ସେମାନେ ଗର୍ଭବତୀ ହେବାରେ ବିଫଳ ହେଇଛନ୍ତି।

 

ଗର୍ଭବତୀ ହେବାପାଇଁ ମାନସିକ ଶାନ୍ତି ମିଳିବା ନିହାତି ଦରକାର ବୋଲି ସେମାନେ ସ୍ବୀକାର କରିଛନ୍ତି। ଏହା ସହିତ ୫୦ ପ୍ରତିଶତ ଦମ୍ପତ୍ତି ଙ୍କ ଏହା କହିବା କଥା ଯେ ସାଧାରଣ ଭାବରେ ଶାରିରୀକ ସମ୍ପର୍କ ରଖିବା ଦ୍ବାରା ହିଁ ସେମାନେ ଗର୍ଭବତୀ ହୋଇଛନ୍ତି ଏବଂ ବାପା ମାଆ ହେବାର ଖୁସି କୁ ଉପଲବ୍ଧି କରିଛନ୍ତି। ତେଣୁ ଆପଣ ନିଜକୁ ଚିନ୍ତା ମୁକ୍ତ ଏବଂ ଚାପ ମୁକ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଫଳରେ ଆପଣ ନିଜ ଜୀବନକୁ ଉପଭୋଗ କରିବା ସହିତ ଶାରିରୀକ ସମ୍ପର୍କ କୁ ଖୁସିର ସହିତ ଉପଭୋଗ କରି ପାରିବେ ଏବଂ ଏକ ସୁସ୍ଥ ସନ୍ତାନ କୁ ଜନ୍ମ ଦେବାରେ ସଫଳ ମଧ୍ୟ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button