ଦେଶ ବିଦେଶ

‘ବିବାହ ସ୍ବାମୀଙ୍କୁ ଦିଏ ନାହିଁ ପତ୍ନୀଙ୍କ ମାଲିକାନା’: ପତ୍ନୀଙ୍କ ଅନ୍ତରଙ୍ଗ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କୁ କହିଲେ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ନିକଟରେ ଆହ୍ଲାବାଦ ହାଇକୋର୍ଟ ଫେସ୍‌ବୁକ୍‌ରେ ପତ୍ନୀଙ୍କ ଅନ୍ତରଙ୍ଗ ଭିଡିଓ ଅପଲୋଡ୍ କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ଆପରାଧିକ ମାମଲା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍ ବିନୋଦ ଦିବାକର କହିଛନ୍ତି ଯେ ସ୍ୱାମୀ ବୈବାହିକ ସମ୍ପର୍କର ପବିତ୍ରତାକୁ ଗୁରୁତର ଭାବେ ଉଲ୍ଲଂଘନ କରିଛନ୍ତି। ବିଶେଷକରି ଅନ୍ତରଙ୍ଗ ସମ୍ପର୍କ ପରିପ୍ରେକ୍ଷୀରେ ଜଣେ ସ୍ବାମୀ ତାଙ୍କ ପତ୍ନୀଙ୍କ ବିଶ୍ୱାସକୁ ସମ୍ମାନ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।
ଖଣ୍ଡପୀଠ କହିଛନ୍ତି, ବିବାହ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କ ଉପରେ ମାଲିକାନା କିମ୍ବା ନିୟନ୍ତ୍ରଣ ପ୍ରଦାନ କରେ ନାହିଁ କିମ୍ବା ଏହା ତାଙ୍କ ସ୍ୱାଧୀନତା କିମ୍ବା ଗୋପନୀୟତା ଅଧିକାରକୁ କ୍ଷୁଣ୍ଣ କରେ ନାହିଁ। ଏହି ବିଶ୍ୱାସ ଭଙ୍ଗ ବୈବାହିକ ସମ୍ପର୍କର ଭିତ୍ତିଭୂମିକୁ ଦୁର୍ବଳ କରିଥାଏ। ସୂଚନାପ୍ରଯୁକ୍ତି ଆଇନର ଧାରା ୬୭ ଅନୁଯାୟୀ ମିର୍ଜାପୁରରେ ୨୦୨୨ ମସିହାରୁ ତାଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ଅଭିଯୁକ୍ତ ଦାଖଲ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ସ୍ୱାମୀ ହୋଇଥିବାରୁ କୌଣସି ମାମଲା ରୁଜୁ ହୋଇ ନ ଥିବା ଦର୍ଶାଯାଇଥିଲା। ଏହି ମାମଲାରେ ଆପୋଷ ବୁଝାମଣା ହୋଇପାରେ ବୋଲି ମଧ୍ୟ ଦର୍ଶାଯାଇଥିଲା। ଅଭିଯୁକ୍ତ ଭିଡିଓ ତିଆରି କରି ଇଣ୍ଟରନେଟରେ ଅପ୍‌ଲୋଡ କରିଥିବା ନେଇ କୌଣସି ତଥ୍ୟ ନାହିଁ ବୋଲି ଆବେଦନରେ କୋର୍ଟଙ୍କୁ କୁହାଯାଇଥିଲା। ତେବେ ଏହି ଅଭିଯୋଗକୁ ଗୁରୁତର ବୋଲି ଦର୍ଶାଇ ପ୍ରତିପକ୍ଷଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ଅଭିଯୁକ୍ତ ଜଣକ ନିଜ ମୋବାଇଲରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅନ୍ତରଙ୍ଗ କାର୍ଯ୍ୟର ଅଶ୍ଳୀଳ ଭିଡିଓ ଗୁପ୍ତରେ ରେକର୍ଡ କରିଥିଲେ। ଏହାକୁ ପ୍ରଥମେ ଫେସ୍‌ବୁକ୍‌ରେ ଅପଲୋଡ୍ କରାଯାଇଥିଲା ଏବଂ ପରେ ପତ୍ନୀଙ୍କ ସମ୍ପର୍କୀୟ ଭାଇ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ସେୟାର କରାଯାଇଥିଲା। ଏହି ଅଭିଯୋଗକୁ ବିଚାରକୁ ନେଇ କୋର୍ଟ ମାମଲାକୁ ରଦ୍ଦ କରିବାକୁ ମନା କରିଦେଇଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଓ ସୁନୀଲ କୁମାର ମାମଲା ପରିଚାଳନା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button