ମନୋରଞ୍ଜନ

ବାତିଲ କରିଦେଲେ ନିଜର ବାହାଘର ରିସେପ୍ଶନ, ଗରିବଙ୍କ ପାଇଁ ଦେଇଦେଲେ ୨୦ଲକ୍ଷ

ବିଶାଳ ଜ୍ୟାନ ଏବଂ ସେଜଲ ଜୋଶୀ ୧୫ ନଭେମ୍ବରରେ ଆବୁଧାବିରେ ବାହା ହୋଇଥିଲେ। ଦମ୍ପତି ନିଜର ଗ୍ରାଣ୍ଡ ରିସେପ୍ଶନର ବଜେଟରୁ ସେହି ଗରିବ ମାନଙ୍କୁ ସାହାଯ୍ୟ କରିଛନ୍ତି, ଯେଉଁମାନଙ୍କୁ ଦୁଇବକ୍ତ ରୁଟି ମିଳି ପାରୁନାହିଁ।

ବାହାଘରରେ ଗ୍ରାଣ୍ଡ ରିସେପ୍ଶନର ଫଟୋ ଆପଣ ବହୁତ ଦେଖିଥିବେ, କିନ୍ତୁ ଗୋଟିଏ ଦମ୍ପତି ନିଜର ଗ୍ରାଣ୍ଡ ରିସେପ୍ଶନର ବଜେଟରେ ସେହି ଗରିବ ମାନଙ୍କୁ ସାହାଯ୍ୟ କରିଛନ୍ତି, ଯେଉଁମାନଙ୍କୁ ଦୁଇବକ୍ତ ରୁଟି ମିଳି ପାରୁନାହିଁ। ବିଶାଳ ଜ୍ୟାନ ଏବଂ ସେଜଲ ଜୋଶୀ ୧୫ ନଭେମ୍ବରରେ ଆବୁଧାବିରେ ବାହା ହୋଇଥିଲେ। ଏହି ବାହାଘର ପରେ ଦୁଇଜଣ ଗ୍ରାଣ୍ଡ ରିସେପ୍ଶନ ପାଇଁ ୨୦ଲକ୍ଷ ଟଙ୍କା ରଖିଥିଲେ।

ମଧ୍ୟ ପ୍ରଦେଶର ଇନ୍ଦୌରରେ ରହୁଥିବା ବିଶାଳ ଜ୍ୟାନ ୧୯ବର୍ଷ ବୟସରେ କଲେଜ ଡ୍ରାପ କରି, ନିଜ କମ୍ପାନୀ Sunshy Group ଆରମ୍ଭ କରି ଦେଇଥିଲେ। ଇନ୍ଦୌରର ହିଁ ସେଜଲ ଏବଂ ବିଶାଳ ଦୁଇଜଣ ବିଜିନେସ ପାର୍ଟନର ଅଟନ୍ତି। ବର୍ତମାନ ସମୟରେ ସେ ୟୁଏଇରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଦୁଇଜଣ ୟୁଏଇକୁ ଶିପ୍ଟ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସମୟରେ ବିଶାଳ ଏବଂ ସେଜଲ ବାହା ମଧ୍ୟ ହୋଇ ଯାଇଛନ୍ତି।

ବିଶାଳ ଏବଂ ସେଜଲ ୧୫ ନଭେମ୍ବରରେ ଆବୁଧାବିର Qasr Al Sarabରେ ବାହା ହୋଇଛନ୍ତି। ଏହି ବାହାଘର ସମାରୋହକୁ ଲିମିଟେଡ ଲୋକଙ୍କୁ ହିଁ ନିମନ୍ତ୍ରିତ କରା ଯାଇଥିଲା। ବାହାଘର ପରେ, ବିଶାଳ ଏବଂ ସେଜଲଙ୍କୁ ନିଜ ବାହାଘରର ଗ୍ରାଣ୍ଡ ରିସେପ୍ଶନ ରଖିବାର ଥିଲା। ଏଥିପାଇଁ ସେ ୨୦ଲକ୍ଷ ଟଙ୍କାର ବ୍ୟବସ୍ଥା ମଧ୍ୟ କରିଥିଲେ, କିନ୍ତୁ ପରେ ସେ ରିସେପ୍ଶନର ଏହି ଟଙ୍କାକୁ ଦାନ କରିବା ପାଇଁ ଯୋଜନା କରିଥିଲେ।

 

ବିଶାଳ ଗରିବ ପିଲାମାନଙ୍କୁ ଖାଦ୍ୟ ଖୁଆଇବା ଏବଂ ଦେଶର ପ୍ରତି ଅଂଶରେ ଟୀକାକରଣ କରିବାରେ ସାହାଯ୍ୟ କରିବା ପାଇଁ, ବିଭିନ୍ନ ଧର୍ମାର୍ଥ ସଙ୍ଗଠନକୁ ୧୦ଲକ୍ଷ ଟଙ୍କା ଦାନ କରିଛନ୍ତି। ସେଠାରେ ଅନ୍ୟ ପକ୍ଷରେ ସେଜଲ ୫ଲକ୍ଷ ଟଙ୍କାର ଧନରାଶି ଗରିବ ଛୁଆଙ୍କ ପାଠପଢ଼ା ପାଇଁ ଦେଇ ଦେଇଛନ୍ତି।ଏହା ବ୍ୟତୀତ ୫ଲକ୍ଷ ଟଙ୍କା ଗୋଟିଏ ଦାନ ନିଲାମରେ ଅଂଶ ଗ୍ରହଣ କରି ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି।

ରିସେପ୍ଶନ ନକରି, ଗରିବଙ୍କୁ ସାହାଯ୍ୟ କରିଥିବା ବିଶାଳ ଜ୍ୟାନଙ୍କର କହିବା କଥା ହେଉଛି କି ଏହି ଧନରାଶି ସେହି ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବ, ଯେଉଁମାନଙ୍କୁ ଦୁଇବକ୍ତ ଖାଦ୍ୟ ମିଳି ପାରୁନାହିଁ।ଏହା ସହିତ,ଗରିବ ପିଲାଙ୍କ ଖାଦ୍ୟ ପାଇଁ ଏହି ଟଙ୍କା ଖର୍ଚ୍ଚ ହେଉ। ବିଶାଳ ଜ୍ୟାନ ବହୁ ଦିନରୁ ଅକ୍ଷୟ ପତ୍ରା ନାମକ ସଂସ୍ଥାରେ ଦାନ ଦେଉଛନ୍ତି, ଯିଏ ଲକ୍ଷଲକ୍ଷ ଗରିବ ଛୁଆଙ୍କୁ ପ୍ରତିଦିନ ମାଗଣା ସ୍କୁଲ ମିଲ ଉପଲବ୍ଧ କରାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button