ମନୋରଞ୍ଜନ

ବାପ ଘରକୁ ଯିବେ ବୋଲି ସ୍ୱାମୀ କୁ ମିଛ କହି ନାବାଳକ ସହ ଫେରାର ହେଲେ ଦୁଇଟି ଛୁଆର ମା… : ପଡସି ବୁଝେଇ ବୁଝେଇ ନୟାନ୍ତ…

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ସବୁ ଘଟଣା ଭାଇରଲ ହେଉଛି ଯାହାକୁ ବିଶ୍ୱାସ କରିବା ଅତ୍ୟନ୍ତ କାଠିକର ପାଠ ଅଟେ । ଆଜିକାର ଏହି ଲେଖାରେ ଆମେ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବୁ । ତେବେ ସେହି ଘଟଣା ଅନୁଯାୟୀ ଜଣେ ବିବାହିତା ମହିଳା ଜଣେ ନାବାଳକ ଙ୍କ ପ୍ରେମରେ ପଡ଼ି ତାଙ୍କ ସହିତ ଫେରାର ହୋଇ ଯାଇଛନ୍ତି ଏବଂ ପରେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଧରା ମଧ୍ୟ ପଡ଼ିଛନ୍ତି ।

ତେବେ ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ କଚେରି ଗାଁ ରୁ ଏହି ଘଟଣା ଆସିଛି । ଯେଉଁଠି ଜଣେ୩୫ ବର୍ଷୀୟା ମହିଳା ଜଣେ ନାବାଳକଙ୍କ ପ୍ରେମରେ ପଡ଼ି ତାଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ଯାହା ଜାଣିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଧରିଥିଲେ ଏବଂ ଅନେକ ବୁଝା ସୁଝା କରିଥିଲେ ଏମିତିକି ଅନ୍ୟ ମହିଳା ମାନେ ମଧ୍ୟ ଅନେକ ବୁଝା ସୁଝା କରିବା ପରେ ବି ମହିଳା ନିଜ ଜିଦ ରେ ଅଟଳ ରହିଥିଲେ ଏମିତିକି ଅନ୍ୟ ମହିଳାଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରିଥିଲେ ।

ତେବେ ବାସ୍ତବ କଥା ଏହା ଯେ ଧଳାବାଣୀ ପଞ୍ଚାୟତ ର ଜଣେ ବିବାହିତା ମହିଳା ବଡ଼ଦେଉଳି ଗାଁ ର ଜଣେ ନାବାଳକ ଙ୍କୁ ପ୍ରେମ କରୁଥିଲେ । ତେଣୁ ସେ ଗତକାଲି ନିଜ ବାପ ଘରକୁ ଯିବେ ବୋଲି କହି ନିଜ ସ୍ୱାମୀ ଙ୍କ ଠାରୁ ୩୦୦ ଟଙ୍କା ମାଗିଥିଲେ ଏବଂ ନାବାଳକ ଙ୍କ ସହ ଫେରାର ହୋଇ ଯାଇଥିଲେ । ପରେ ଯେତେବେଳେ ତାଙ୍କ ସ୍ୱାମୀ ଶ୍ୱଶୁର ଘରକୁ କୋଲ କରି ସ୍ତ୍ରୀ ନପହଞ୍ଚିବାର ଖବର ନେଇଥିଲେ ସେତେବେଳେ ସେ ସ୍ତ୍ରୀ କୁ ଖୋଜିବାରେ ଲାଗିଥିଲେ ।

ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଜଣେ ନାବାଳକଙ୍କ ସହ ଫେରାର ହୋଇ ଯାଇଛନ୍ତି ଶାହପଡ଼ା ରେ ଲୁଚି ରହିଛନ୍ତି । ଏହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଥାନା କୁ ନେଇଥିଲେ ଏବଂ ପରେ କଚେରୀ ରେ ପହଁଚିବା ପରେ ବି ସେ ନାବାଳକଙ୍କୁ ଛାଡ଼ି ନଥିଲେ । ସେ ନାବାଳକ ଙ୍କୁ ନଛାଡ଼ିବାରୁ ଉଭୟ ପକ୍ଷର ମହିଳା ମାନେ ବଳ ପୂର୍ବରୁ ଅଲଗା କରିଥିଲେ । ନାବାଳକ ଙ୍କ ପରିବାର ଲୋକେ ଅନେକ ବୁଝାସୁଝା କରି ଘରକୁ ନେଇ ଯାଇଥିଲେ କିନ୍ତୁ ମହିଳା ନାବାଳକ ଙ୍କ ସହିତ ରହିବାକୁ ଜିଦ ଧରି ବସିଥିଲେ ।

ସୂଚନା ରହିଛି ଯେ ମହିଳାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି ଜଣେ ୧୩ ବର୍ଷ ଏବଂ ଜଣେ ୭ ବର୍ଷ । ତେବେ ଏପରି ଘଟଣା ଘଟିବା ପରେ ସ୍ବାମୀ ନିଜ ସ୍ତ୍ରୀ କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଏବଂ ସେଥିପାଇଁ ସେ ସ୍ତ୍ରୀ ଠାରୁ ଲିଖିତ ପାଇଁ ଦାବି ମଧ୍ୟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button