ସ୍ୱାସ୍ଥ୍ୟ

ଏଠାରେ ଔଷଧ ରେ ନୁହେଁ ଶରୀରରେ ନିଆଁ ଲଗାଇ କରାଯାଉଛି ରୋଗ ର ଚିକିତ୍ସା, ଦୀର୍ଘ 100 ବର୍ଷ ରୁ ଚାଲିଛି ଏମିତି

ଏବେ ଯାଏ ଆପଣମାନେ ଔଷଧ ଅଥବା ଯଡି ବୁଟୀ ସାହାଯ୍ୟ ରେ ରୋଗର ଚିକିତ୍ସା ଡକ୍ଟର ମାନେ କରିବା ଦେଖିଛନ୍ତି, ହେଲେ କଣ କେବେ ନିଜ ଶରୀର କୁ ନିଆଁ ଲଗେଇ ଚିକିତ୍ସା କରେଇବା ଦେଖିଛନ୍ତି ? ଏହା ବି ଏକ ବିଧି ଯାହା ଗତ 100 ବର୍ଷ ରୁ ବି ଅଧିକ ଦିନ ହେବ ଚୀନ ରେ ପ୍ରୟୋଗ ହେଉଅଛି । ଏହାକୁ ‘ଫାୟାର ଥେରେପୀ’ କୁହାଯାଏ । ଚୀନ ରେ କେତେ ପ୍ରକାର ରୋଗ ପାଇଁ ଲୋକ ଫାୟାର ଥେରେପୀ ପ୍ରୟୋଗ କରନ୍ତି ।

ଏହି ବିଧି ରେ ଲୋକଙ୍କ ଚିକିତ୍ସା କରୁଥିବା ‘ଝାଂଗ ଫେଂଗାଓ’ ନିଜ କାମ ପାଇଁ ବହୁତ ଲୋକପ୍ରିୟ ଅଛନ୍ତି ।

ଚୀନ ରେ ଲୋକ ‘ଫାୟାର ଥେରେପୀ’ କୁ ବିଶେଷ ଚିକିତ୍ସା ବୋଲି ମାନନ୍ତି ଓ ତାଙ୍କ ଅନୁଯାଇ ଏହି ଚିକିତ୍ସା ରେ ସବୁ ପ୍ରକାର ରୋଗ ଯେମିତିକି ଚିନ୍ତା, ବନ୍ଧ୍ୟ ଦୋଷ, ବଦହଜମି ଓ କ୍ୟାନ୍ସର ଭଳି ରୋଗ ବି ଚିକିତ୍ସା ସମ୍ଭବ ଅଛି । ‘ଝାଂଗ ଫେଂଗାଓ ବେଞ୍ଜିଙ୍ଗ ରେ ଏକ ଛୋଟ ଘରରେ ଏହି ଅନୋଖା ଉପାୟ ରେ ଲୋକଙ୍କ ଚିକିତ୍ସା କରନ୍ତି ।

ଏକ ୱେବସାଇଟ ଅନୁଯାଇ, ଆଗ ରୋଗୀ ର ପିଠିକୁ ଜଡୀ ବୁଟିରେ ପ୍ରସ୍ତୁତ ଔଷଧ ଲଗାଯାଇଥାଏ ଓ ତା ପରେ ରୋଗୀକୁ ଏକ ଟାୱଲ ରେ ଘୋଡେଇ ଦିଆଯାଏ । ତା ପରେ ଟାୱଲ ଉପରେ ପାଣି ଓ ମଦ କୁ ଛିଞ୍ଚା ଯାଏ ଓ ରୋଗୀ ର ଶରୀର ରେ ନିଆଁ ଲଗେଇ ଦିଆଯାଏ । ଫେଂଗାଓ ରୋଗ ର ଚିକିତ୍ସା ଏମିତି ହିଁ  କରନ୍ତି ଓ ଲୋକେ ଏହି ଚିକିତ୍ସା ରୁ ଖୁସି ହୋଇଥାନ୍ତି । ଚିକିତ୍ସା ର ଏହି ଉପାୟ ଚୀନ ର ପ୍ରାଚୀନ ମାନ୍ୟତା ଉପରେ ଆଧାରିତ ଅଛି ,ଯାହା ଦ୍ଵାରା ଶରୀର ର ତାପମାନ ଥଣ୍ଡା ଓ ଗରମ କୁ ସାମଞ୍ଜସ୍ୟ ବନେଇବା ପାଇଁ ଜୋର ଦିଅ ଯାଇଅଛି ।

ଝାଂଗ ଫେଂଗାଓ ଅନୁଯାଇ, ଶରୀର ର ଉପର ଚମଡାକୁ ଗରମ କରି ଭିତର ଥଣ୍ଡାକୁ ଦୂର କରା ଯାଇଥାଏ । ଫାୟାର ଥେରେପି ବିଷୟ ରେ ବହୁତ ଲୋକଙ୍କ ମନ ରେ ପୋଡିଯିବା ର ଶଙ୍କା ବି ଥାଏ । ଏହି କଥା ପାଇଁ  ଝାଂଗ ଫେଂଗାଓ କହିଲେ କି କେତେ ଥର ଲୋକଙ୍କୁ ଆଘାତ ବି ଲାଗିଛି ,କେତେ ଥର ରୋଗୀ ର ମୂହ ଓ ଶରୀର ର ଅନ୍ୟ ଜାଗା ଟିକେ ପୋଡି ବି ଯାଇଛି, ହେଲେ ଏହା ଉପାୟ ର ଭୁଲ ପ୍ରୟୋଗ ପାଇଁ ହୁଏ । ସେ ଆଗକୁ ଏହା ବି କହିଲେ କି ସେ ହଜାର ଲୋକଙ୍କୁ ଫାୟାର ଥେରେପି ଶିଖେଇଛନ୍ତି, ହେଲେ କେବେ କୌଣସି ଘଟଣା ଘଟି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button