ଜୀବନଶୈଳୀ

ରାସ୍ତାରେ ବୁଲୁଛନ୍ତି ଅସଂଖ୍ୟ ଟିଙ୍କ, ପଶୁ ମାନଙ୍କ ବଦଳରେ ଘର କାନ୍ଥରେ ଲାଗିଛନ୍ତି ଟିଙ୍କ

ଅନୁଗୁଳ: ଗାଁରେ ଟିଙ୍କ ଆତଙ୍କ । ପଶୁ ମାନଙ୍କ ବଦଳରେ ଘର କାନ୍ଥରେ ଲାଗିଛନ୍ତି ଟିଙ୍କ । ଗାଁ ରାସ୍ତାରେ ବୁଲୁଛନ୍ତି ଅସଂଖ୍ୟ ଟିଙ୍କ । ଅନୁଗୁଳ ଜିଲ୍ଲା ପାଳଲହଡା ବତିସୁଆଁ ପଞ୍ଚାୟତର ଶ୍ରୀରାମପୁର ଗାଁରେ ଟିଙ୍କ ଆତଙ୍କ । ସନ୍ଧ୍ୟା ହେଲେ ଘରେ ଆଉ ବାହାରେ, ଚାରିଆଡ଼େ ଟିଙ୍କ । କୁଆଡ଼ୁ ମାଡ଼ି ଆସୁଛନ୍ତି। କାନ୍ଥ ବାଡ ଠାରୁ ଆରମ୍ଭ କରି ମଣିଷ ଓ ପଶୁଙ୍କ ଦେହରେ ଚରିଯାଉଛନ୍ତି । ଏହାକୁ ପତରିଆ ଟିଙ୍କ କହୁଛନ୍ତି ଗାଁ ଲୋକ। ବଞ୍ଚିବା ମୁସ୍କିଲ୍ କରିଦେଲେଣି ଟିଙ୍କ । ଏମାନଙ୍କ ଦାଉରୁ ରକ୍ଷା ପାଇଁ ପ୍ରତିକାର ନିମନ୍ତେ ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ତିନି-ଚାରି ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗାଁଲୋକ ।

Related Articles

Leave a Reply

Your email address will not be published. Required fields are marked *

Back to top button