ସମ୍ବଲପୁର ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର, ମାଓବାଦୀଙ୍କୁ ଠାବ କରୁଛି ଡ୍ରୋନ୍

ସମ୍ବଲପୁର: ସମ୍ବଲପୁର ଜଙ୍ଗଲପରେ ଚାଲିଛି ସର୍ଚ୍ଚ ଅପରେସନ । ଜଙ୍ଗଲରେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷା ବାହିନୀ । ଦୁଇ ଦିନ ହେଲା ଜୋରଦାର ଚାଲିଛି କମ୍ବିଂ ଅପରେସନ । ସମ୍ବଲପୁର-ସୋନପୁର ପଟୁ ମାଓବାଦୀଙ୍କୁ ଘେରାବନ୍ଦୀ କରିଛି ପୋଲିସ । ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଖୋଜୁଛି ଡ୍ରୋନ । ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ଚାରଗଡ଼ ସଂରକ୍ଷିତ ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ୍ । ଚାରମାଳ ଥାନାରେ ଗୋଟିଏ ଟିମ୍ ରହି ଯାଞ୍ଚ କରୁଛି। ଚାରମାଳ ଥାନା, ବଡ଼ମାଳ ଫାଣ୍ଡିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
୭ ବର୍ଷ ପରେ ସମ୍ବଲପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ଗତିବିଧି ଆରମ୍ଭ ହୋଇଛି । ଛତିଶଗଡ଼ରେ ମାଓ ଦମନ ଅପରେସନ ଜୋରଦାର ହେବାରୁ ମାଓବାଦୀମାନେ ଓଡ଼ିଶା ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଛତିଶଗଡ଼ରୁ ନୂଆପଡ଼ା ଜଙ୍ଗଲରେ ପଶି ବଲାଙ୍ଗୀର ପାଟଣାଗଡ଼ ଦେଇ ସୋନପୁର, ସମ୍ବଲପୁର ସୀମାକୁ ମାଓବାଦୀ ଚାଲି ଆସିଥିବା ଅନୁମାନ କରାଯାଉଛି । ୨ ଦିନ ହେଲା ମାଓବାଦୀଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍ କୁ ଜୋରଦାର କରାଯାଇଛି ।