ଓଡିଶା

ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି, UPI ଜରିଆରେ କରିପାରିବେ ଅନ୍‌ଲାଇନ ଦାନ

ପୁରୀ : ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହାଦ୍ୱାରା ଭକ୍ତମାନେ UPI ମାଧ୍ୟମରେ ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ।

ଯାହାକି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଛି । ସମର୍ପଣ କାର୍ଯ୍ୟକ୍ରମରେ ଅନ୍‌ଲାଇନ ଦାନ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଭକ୍ତମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟ ଭିତରେ ଓ ବାହାରେ ଥିବା ବ୍ୟାଙ୍କଗୁଡ଼ିକରେ ପୃଥକ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ। ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(UPI) ମାଧ୍ୟମରେ ଅନ୍‌ଲାଇନ ଦାନ କରାଯାଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button