ଓଡିଶା

ମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ତିହିଡି,୧୫/୦୯/୨୪(ଅମୂଲ୍ୟ କୁମାର ମାଝୀ) : ରବିବାର ତା. ୧୫.୦୯.୨୪ ରିଖରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଲ୍ଲିନଗର ଠାରେ କାନ୍ତକବି ମଣ୍ଡଳ ପକ୍ଷରୁ ଉଚ୍ଚ ଶିକ୍ଷା,କ୍ରିଡା ଓ ସଂସ୍କୃତି ବିଭାଗର ମନ୍ତ୍ରୀଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ତପନ ପାଢୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶିବିରରେ ଉପସ୍ଥିତ ରହି ବିଭିନ୍ନ ପଂଚାୟତରୁ ଆସିଥିବା ଶତାଧିକ ଅଭିଯୋଗର ଶୁଣାଣି କରିଛନ୍ତି । ଏଥିମଧ୍ୟରୁ କିଛି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ କିଛି ସାମୁହିକ ଅଭିଯୋଗ ଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ବିରଞ୍ଚି ନାରାୟଣ ମନ୍ଦିର ପରିଚାଳନା କମିଟି ପୁନର୍ଗଠନ,ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଦାବି, ରାସ୍ତା ନିର୍ମାଣ,ଏସଏଚଜି ସମସ୍ୟା ଆଦିକୁ ନେଇ ଅଭିଯୋଗମାନ ହୋଇଥିଲା ବେଳେ
ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ରେସନ କାର୍ଡ, ରେସନ କାର୍ଡ,ଦିବ୍ୟାଙ୍ଗ ୟୁଡିଆଡି ସାର୍ଟିଫିକେଟ, ଅବସର ଭତ୍ତା, ଜବରଦଖଲ ଉଚ୍ଛେଦ ଆଦି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ଅଭିଯୋଗ ଗ୍ରହଣ କରି ସଂପୃକ୍ତ କାର୍ଯ୍ୟଳୟ ଏବଂ ସଂପୃକ୍ତ ବିଭାଗକୁ ସୁପାରିସ କରାଯାଇ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅଭିଯୋଗକାରୀମାନେ ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ନ୍ୟାୟ ନପାଇ ଅନେକ ଆଶା ଭରଷା ନେଇ ଆଜି ମନ୍ତ୍ରୀଙ୍କ ପାଖକୁ ଦୌଡି ଆସିଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ପାଳନ କରିବ ନା ଫାଇଲ ମଧ୍ୟରେ ପଡି ରହିବ ? ସମୟ କହିବ । ଶିବିରରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସୁଧାଂଶୁ ପାଣିଗ୍ରାହୀ,ବରିଷ୍ଠ ନେତା ରଘୁନାଥ ପାତ୍ର, ଉମାକାନ୍ତ ଦାସ,ପ୍ରଦୀପ ବଳ,ଶୁକଦେବ ମଲିକ,ସାବିତ୍ରୀ ପାଣୀଗ୍ରାହୀ,ପୂର୍ବତନ ସରପଞ୍ଚ ଉଷାକାନ୍ତ ନାୟକ, ଶୁସାନ୍ତ ସେଠୀ,କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ,କାଞ୍ଚନ ରାଉଳ,ସରପଂଚ ମାମିନା ଯେନା ପ୍ରମୁଖ ଅଭିଯୋଗ ଶୁଣାଣୀରେ ମନ୍ତ୍ରୀଙ୍କୁ ସହଯୋଗ କରିଥିଲେ । ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଟୁଡୁ ଅଭିଯୋଗ ପଞ୍ଜୀକରଣ କରିଥିଲେ। ସୂଚନା ଅନୁସାରେ ଅପରାହ୍ନରେ ଐଶାନ୍ୟ ଚଣ୍ଡୀ ମଣ୍ଡଳର ବିଲଣାଠାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button