ଓଡିଶା

ଜନଶୁଣାଣି ପୋର୍ଟାଲର ହେବ ଉନ୍ନତିକରଣ, ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀ କରିପାରିବେ ଅଭିଯୋଗ

 ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଜନଶୁଣାଣିକୁ ଆହୁରି ସରଳୀକରଣ କରାଯିବ । ଯଦ୍ଦ୍ୱାରା ବିଭିନ୍ନ ବିଭାଗରେ ଚାକିରି କରିଥିବା ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ପୋର୍ଟାଲ ଯୋଗେ ଅଭିଯୋଗ ଦାଖଲ କରିପାରିବେ । ନିର୍ଦ୍ଦେଶାବଳୀ ଅନୁସାରେ, ଜନଶୁଣାଣି ପୋର୍ଟାଲରେ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗଗୁଡିକ ପରିଚାଳନା ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ପୃଷ୍ଠା ପ୍ରସ୍ତୁତ ହେବ ।

 

ଅଭିଯୋଗ କରିବା ପାଇଁ କର୍ମଚାରୀମାନେ ଉପଖଣ୍ଡ ସ୍ତରଠୁ ନେଇ ରାଜ୍ୟସ୍ତରରେ ଥିବା ସରକାରୀ କାର୍ଯ୍ୟାଳୟକୁ ଚିହ୍ନଟ କରିବେ । ଅଭିଯୋଗ ଦାଖଲ କରିବା ପୂର୍ବରୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଏହି ଅଭିଯୋଗକୁ ନିକଟ ଉପରିସ୍ଥ ଅଧିକାରୀ ଯାଞ୍ଚ କରି ଆବେଦନ ତାରିଖଠାରୁ ୩୦ଦିନ ମଧ୍ୟରେ ନିୟମ ଅନୁସାରେ ସମାଧାନ କରିବେ । ଯଦି ଅଭିଯୋଗର ସମାଧାନ ସମୟସୀମା ମଧ୍ୟରେ ନହେଲା ତେବେ ତାହା ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବ । ଯାହାକି ଜିଲ୍ଲାସ୍ତରରେ ସମାଧାନ ହେବ । ସେଠାରେ ସମାଧାନ ନହେଲେ ପୁନଶ୍ଚ ତାହା ସ୍ୱୟଂଚାଳିତ ଭାବେ ପରବର୍ତ୍ତୀ ସ୍ତରକୁ ପଳାଇବ । ସେଠାରେ ମଧ୍ୟ ୩୦ଦିନ ମଧ୍ୟରେ ସମାଧାନ କରାଯିବ । କର୍ମଚାରୀଙ୍କ ଅଭିଯୋଗ ଏହି ସବୁ ସ୍ତରରେ ସମାଧାନ ନହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ । ପଞ୍ଜୀକରଣ ସମୟରେ ହେଉ ଅବା ପରେ ସ୍ଥିତି ଅବଗତ କରାଇବା ପାଇଁ ଆବେଦନକାରୀଙ୍କ ନିକଟକୁ ଏକ ଏସ୍ଏମ୍ଏସ୍ ପଠାଯିବ । ଅଭିଯୋଗ ପ୍ରତ୍ୟାଖାନ ହୋଇଥିଲେ ତାହା ମଧ୍ୟ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button