ଶିକ୍ଷା

ପୁର୍ନମୂଲ୍ୟାୟନ ପରେ ପରୀକ୍ଷାରେ ଟପ୍ପର ହେଲେ ଶୁଭଶ୍ରୀ ଶୁଭଲକ୍ଷ୍ମୀ

ପାରାଦୀପ-୨୯ା୦୮- ପାରାଦୀପ ପିପିଏଲ ଡିଏଭି ସ୍କୁଲର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୮.୪ ପ୍ରତିଶତ ନମ୍ବର ରଖି ଶୁଭଶ୍ରୀ ଶୁଭଲକ୍ଷ୍ମୀ ନାୟକ ଶ୍ରେଷ୍ଟତ୍ୱ ପ୍ରତିପାଦିତ କରିପାରିଛନ୍ତି । ପୂର୍ବରୁ ତାଙ୍କ ପରୀକ୍ଷା ଫଳ ସନ୍ତୋଷଜନକ ନ ହେବାରୁ ପୂର୍ନମୂଲ୍ୟାୟନ ପାଇଁ ଶୁଭଶ୍ରୀ ଆବେଦନ କରିଥିଲେ । ଗତ ୨୬ ତାରିଖ ଦିନ ଶୁଭଶ୍ରୀଙ୍କ ପାଇଁ ଖୁସିର ଦିନ ଥିଲା । ବୋର୍ଡ ତାଙ୍କର ଆବେଦନକୁ ଗ୍ରହଣ କରି ସେ ୯୮.୪ ପ୍ରତିଶତ ମାର୍କ ରଖିଥିବା ସୂଚନା ଦିଆଯାଇଛି । ଏହି ଫଳାଫଳ ଆସିବା ପରେ ପିପିଏଲ୍ ଡିଏଭି ସ୍କୁଲର ସେ ଟପ୍ପର ବୋଲି ଘୋଷିତ କରାଯାଇଛି । ଶୁଭଶ୍ରୀଙ୍କ ବାପା ଶୁଭ୍ରାଂଶୁ କୁମାର ନାୟକ ପାରାଦୀପର ଠାକୁର ଇଂଜିନିୟରିଙ୍ଗରେ ଦାୟିତ୍ୱବାନ ପଦବୀରେ କାମ କରୁଥିବା ବେଳେ ମାଆ ସୁପ୍ରଭା ନାୟକ ଗୃହିଣୀ । ଝିଅର ଏହି ସଫଳତା ପରେ ଆତ୍ମବିଭୋର ହୋଇ ପଡିଥିଲେ ଉଭ୍େୟ ବାପା ଓ ମାଆ । ଝିଅକୁ ପ୍ରକୃତ ମାର୍କ ମିଳି ନଥିବାରୁ ଝିଅ ପୁର୍ନ ମୂଲ୍ୟାୟନ ପାଇଁ ଚାହିଁଥିଲା ଆମେ କେବଳ ତା କଥା ହିସାବରେ ସହଯୋଗ କରିଥିଲୁ । ପ୍ରଥମେ କମ୍ ନମ୍ବର ଆସିଥିବରୁ ଝିଅ ହତାଶ ହୋଇଯାଇଥିଲା ତାର ଆଶା ଓ ବିଶ୍ୱାସ, ପରିଶ୍ରମ ତାକୁ ସଫଳତା ଦେଇଛି କହିଛନ୍ତି ମାଆ ସୁପ୍ରଭା । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ତାକୁ ସଠିକ୍ ମାର୍ଗ ଦର୍ଶନ ଦେଇଥିଲେ ସେଥି ପାଇଁ ଶୁଭଶ୍ରୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button