ଜୀବନଶୈଳୀ

ଜୁନ୍‌ ୨୦୨୫ ପର୍ଯ୍ୟନ୍ତ ବଢ଼ିଲା ଆଧାର ଅପଡେଟ୍‌ ପାଇଁ ଡେଡ୍‌ଲାଇନ୍‌

ନୂଆଦିଲ୍ଳୀ: ଆଧାରକାର୍ବ ଏକ ବଡ଼ ଜରୁରୀ ଦସ୍ତାବିଜ୍‌। ପ୍ରତି କାମରେ ଏହା ଦରକାର । ସେ ସରକାରୀ ହେଉ କି ବେସରକାରୀ ହେଉ। ଆଧାର ବିନା କୌଣସି କାମ ହେବା ମୁସ୍କିଲ। ଆଧାର ଅପଡେଟ୍‌ କରିନଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ କାମ ହେବ ନାହିଁ । ବାରମ୍ବାର ଅପଡେଟ୍‌ କରିବାକୁ ତାରିଖ ବି ଆସିଛି । ହେଲେ ଏବେ ଶେଷ ତାରିଖ ଆସିଯାଇଛି । ଯଦି ଏହି ସମୟରେ ଆପଣ ଆଧାର ଅପଡେଟ୍‌ କରିନାହାନ୍ତି ତେବେ ହଇରାଣ ହୋଇପାରନ୍ତି । ତେଣୁ ଡେରି ନକରି ତୁରନ୍ତ ଆଧାର ଅପଡେଟ୍‌ କରାଇ ନିଅନ୍ତୁ ।

ଆଧାରକାର୍ଡକୁ ନେଇ ୟୁଆଇଡିଏଆଇ ବଡ଼ ସୂଚନା ଦେଇଛି । କହିଛି କି ଏବେ ସୁଦ୍ଧା ଯେଉଁମାନେ ଆଧାରକାର୍ଡ ଅପଡେଟ୍‌ କରିନାହାନ୍ତି ସେମାନେ ଏବେ ହିଁ କରାଇନିଅନ୍ତୁ । ଯଦି ଏହି ସମୟରେ ଅପଡେଟ୍‌ ନକରନ୍ତି ତେବେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ୧୦ ବର୍ଷ ପୂର୍ବେ ଆଧାରକାର୍ଡ ତିଆରି କରିଥିଲା । ପରେ ପରେ ସାଧାରଣ ଲୋକ ଅନେକ ଅଭିଯୋଗ କରିବା ପରେ ଫ୍ରି’ରେ ପୁଣି ଥରେ କେମିତି ଆଧାରକାର୍ଡ ଅପଡେଟ୍‌ ହେବ ସେନେଇ ବି ବ୍ୟବସ୍ଥା ବି କରିଥିଲା । ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଆଧାର ଅପଡେଟ୍‌ର ଡେଡ୍‌ଲାଇନ୍‌ ବଢାଯାଇଥିଲା । ପୂର୍ବରୁ ଡିସେମ୍ବର ୨୦୨୪ ସୁଦ୍ଧା ଆଧାର ଅପଡେଟ୍‌ କରିବାକୁ ଡେଡ୍‌ଲାଇନ୍‌ ଥିଲା । ଏହାପରେ ବି ପୁଣି ଥରେ ଜୁନ୍‌ ୨୦୨୫ ପର୍ଯ୍ୟନ୍ତ ଅପଡେଟ୍‌ ପାଇଁ  ଡେଡ୍‌ଲାଇନ୍‌ ବଢାଗଲା । ତେଣୁ ପୁଣି ଥରେ ଡେଡ୍‌ଲାଇନ୍‌ ବଢିବା ଆଶା ରଖିବା ମୁର୍ଖାମି ବୋଲି କୁହାଯାଉଛି । ସେଇଥି ଲାଗି ତ ତୁରନ୍ତ ଆଧାରକାର୍ଡ ଅପଡେଟ୍‌ କରିବା ପାଇଁ କୁହାଯାଉଛି । ଏମିତିକି ମାଇ ଆଧାର ପୋର୍ଟାଲ ଆପଣ ସାହାଯ୍ୟ ବି ନେଇପାରିବେ ।

ଯେଉଁମାନେ ଡେଡ୍‌ଲାଇନ୍‌ ମଧ୍ୟରେ ଆଧାରକାର୍ଡ ଅପଡେଟ୍‌ କରିନାହାନ୍ତି ସେମାନେ ଏବେ ବିନା ଅର୍ଥରେ ଅପଡେଟ୍‌ କରିପାରିବେ ନାହିଁ । କୁହାଯାଉଛି କି, ଆଧାର ଅପଡେଟ୍‌ କରାଇବାକୁ ହେଲେ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ନିକଟସ୍ଥ ଆଧାରକେନ୍ଦ୍ରରେ ଯାଇ ଆପଣ ଆଧାରକାର୍ଡ ଅପଡେଟ୍‌ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button