କ୍ରାଇମ

ଓପିଟିସିଏଲରେ ଚାକିରି ନଁାରେ ଠକେଇ – Utkal Mail


ଭୁବନେଶ୍ବର: ଓପିଟିସିଏଲ କମ୍ପାନିରେ ଚାକିରି କରାଇଦେବା ନାମରେ ଠକେଇ ହୋଇଛି। ଅଭିଯୁକ୍ତ ନିଜକୁ ଓପିଟିସିଏଲର ଡିଜିଏମ ପରିଚୟ ଦେଇ ଜଣଙ୍କ ଠାରୁ ଦୁଇ ଲକ୍ଷ ୬୨ ହଜାର ଟଙ୍କା ଠକି ନେଇଥବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସା‌ରେ, କୋରାପୁଟ ଦାମନଯୋଡ଼ି ଅଞ୍ଚଳର ସଞ୍ଜିବ କୁମାର ବେହେରାଙ୍କ ଭିଣୋଇ ଅଶୋକ ନଗରରେ ମେଡିସିନ ଦୋକାନ ଦେଇଛନ୍ତି। ତାଙ୍କ ଦୋକାନକୁ ପ୍ରତିଦିନ ତାରାକାନ୍ତ ମହାରଣା ନାମରେ ଜଣେ ବ୍ୟକ୍ତି ଆସନ୍ତି। ପ୍ରତିଦିନ ଆସୁଥିବାରୁ ସଞ୍ଜିବଙ୍କ ଭିଣୋଇଙ୍କ ତାଙ୍କର ସହ ପରିଚୟ ହୋଇଥିଲା। ସେ ନିଜକୁ ଓପିଟିସିଏଲର ଡିଜିଏମର ପରିଚୟ ଦେଇଥି‌‌ଲେ। ପରେ ସେ ଓପିଟିସିଏଲରେ ସଞ୍ଜିବଙ୍କ ଚାକିରି କରାଇଦେବା କହି ତାଙ୍କ ଠାରୁ ଗତ ବର୍ଷ ଜୁନ ୨୨ ତାରିଖ ଦିନ ୩୦ ହଜାର ଟଙ୍କା ଏଗ୍ରିମେଣ୍ଟ କରି ନେଇଥି‌ଲେ। ତା’ପରେ ଅନଲାଇନ ପେମେଣ୍ଟ ଜରିଆରେ ୨୦ ହଜାର, ୧୦ ହଜାର ଓ ୨ ହଜାର ଟଙ୍କା ବିଭିନ୍ନ କାରଣ କହି ନେଇଥିଲେ।

ଏହାସହ ଗତ ଅକ୍ଟୋବର ମାସରେ ଅଶୋକନଗରସ୍ଥିତ ଭିଣୋଈଙ୍କ ଦୋକାନରୁ ୨ ଲକ୍ଷ ଟଙ୍କା ନଗଦ ନେଇଥିଲେ। ଟଙ୍କା ନେବା‌ ପରେ ତାରାକାନ୍ତ ଆଉ ଧରାଛୁଆଁ ଦେଇ ନଥିଲେ। ତାରକାନ୍ତ ତାଙ୍କୁ ଓପିଟିସିଏଲ କମ୍ପାନିର ପ୍ରଶ୍ନପତ୍ର ସହ ଅଭିଜ୍ଞତା ପ୍ରମାଣପତ୍ର ଦେଇଥିବା ସଞ୍ଜିବ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଓପିଟିସିଏଲ କର୍ତ୍ତୃପକ୍ଷ କହିଛନ୍ତି ଯେ ତାରାକାନ୍ତ ନାମରେ ତାଙ୍କର କେହି ଅଧିକାରୀ ନାହାନ୍ତି। ଓପିଟିସିଏଲ ଅଫିସିଆଲ ୱେବସାଇଟରେ ହିଁ ସମସ୍ତ ଚାକିରି ବିଷୟରେ ସୂଚନା ରହିଛି। କୌଣସି ମିଥ୍ୟା‌ ୱେବସାଇଟ ଓ ଲୋକଙ୍କୁ ଏଥିପାଇଁ ଟଙ୍କା ନ ଦେବାକୁ ଓପିଟିସିଏଲ ପକ୍ଷରୁ କୁହାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button