ଦେଶ ବିଦେଶ

ମହଙ୍ଗା ରହିବ ଷ୍ଟାର୍‌ଲିଙ୍କ୍‌ ସେବା, ଡିଭାଇସ୍ ଦାମ୍ ୩୩ହଜାର, ମାସିକ ପ୍ଲାନ୍ ୩୦୦୦ ଟଙ୍କା

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଉପଗ୍ରହ ଇଣ୍ଟରନେଟ୍‌ ସେବା କମ୍ପାନି ଷ୍ଟାର୍‌ଲିଙ୍କ୍‌ ଆସନ୍ତା ଦୁଇ ମାସରେ ଭାରତରେ ଏହାର ସେବା ଆରମ୍ଭ କରିବାକୁ ଯାଉଛି। ଗତ ସପ୍ତାହରେ ଏହା ଲାଇସେନ୍ସ ପାଇଥିଲା। ଭାରତ ଲାଗି କମ୍ପାନି ଏହାର ସେବା ମୂଲ୍ୟ ନିର୍ଧାରଣ କରିଛି। ‌ଗ୍ରାହକମାନେ ସାଟେଲାଇଟ୍‌ ଡିଭାଇସ୍‌ ଲାଗି ୩୩ ହଜାର ଟଙ୍କା ଓ ଅସୀମିତ ଡାଟା ପ୍ଲାନ୍ ଲାଗି ମାସକୁ ୩୦୦୦ ଟଙ୍କା ଗଣିବାକୁ ପଡ଼ିବ। କମ୍ପାନିର ରଣନୀତି ଅନୁସାରେ ଷ୍ଟାରଲିଙ୍କ ସେବାର ପ୍ରଥମ ଅନୁଭୂତି ପାଇଁ ଏହା ଯେଉଁ ଗ୍ରାହକମାନେ ଡିଭାଇସ୍‌ କିଣିବେ, ସେମାନଙ୍କୁ ମାଗଣାରେ ଏକ ମାସର ପ୍ଲାନ୍ ପ୍ରଦାନ କରିବ। ଫଳରେ ଏହି ସେବାକୁ ନିୟମିତ ବ୍ୟବହାର କରିବା ପୂର୍ବରୁ ଗ୍ରାହକମାନେ ନିଷ୍ପତ୍ତି ନେଇପାରିବେ। ଏହି ସାଟେଲାଇଟ୍‌ ସେବା ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ପହଞ୍ଚାଇପାରିବ, ଯାହା ଫଳରେ ସେହି ସବୁ ସ୍ଥାନଗୁଡ଼ିକରେ ବ୍ୟାଙ୍କ ସେବାଠାରୁ ଆରମ୍ଭ କରି ଡାକ୍ତରଖାନା, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ ଓ ସାଧାରଣ ଲୋକମାନେ ଉପକୃତ ହୋଇପାରିବେ। ଷ୍ଟାରଲିଙ୍କ ପକ୍ଷରୁ ବାଂଲାଦେଶ ଓ ଭୁଟାନରେ ମଧ୍ୟ ୩୩ ହଜାର ଟଙ୍କା‌ରେ ଡିଭାଇସ୍ ବିକ୍ରି କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button