ମନୋରଞ୍ଜନ

ଶାହରୁଖଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିନେମା ନିର୍ଦ୍ଦେଶକ – Utkal Mail


ନୂଆଦିଲ୍ଲୀ: ସିନେମା ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରୋତୀ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତାମତ ଦେଇଥାଆନ୍ତି। ଏହି ମତାମତକୁ ନେଇ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଥାଆନ୍ତି। ସେ ଅନେକ ଥର ବଲିଉଡ ସେଲିବ୍ରିଟିଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଥାଆନ୍ତି।

ଏଥର ବିବେକ କିଙ୍ଗ ଖାନଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି କି, ‘ ଆପଣ ଜାଣିଛନ୍ତି କି ମୁଁ ଶାହରୁଖଙ୍କ ଜଣେ ବଡ଼ ପ୍ରଶଂସକ। ଶାହରୁଖଙ୍କ ଭଳି କେହି ବି ହୋଇପାରିବେ ନାହିଁ ବୋଲି ମୁଁ ସର୍ବଦା କହିଥାଏ। କିନ୍ତୁ ସେ ବଲିଉଡକୁ ନଷ୍ଟ କରି ଦେଇଛନ୍ତି। ମୋତେ ଶାହରୁଖଙ୍କ ରାଜନୀତି ପସନ୍ଦ ନୁହେଁ। ସେ ବଲିଉଡକୁ କେବଳ ପିଆର, ହାଇପ, ଗ୍ଲାମର ଓ ଷ୍ଟାରଡମ କରି ଦେଇଛନ୍ତି। ଯେଉଁକାରଣ ପାଇଁ ଯେଉଁମାନେ ଷ୍ଟାରଡମ ନୁହନ୍ତି ତାଙ୍କୁ ସହଜରେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ ମିଳେନାହିଁ।

ମୁଁ ସର୍ବଦା ଲୋକଙ୍କ ପାଇଁ ସିନେମା ନିର୍ମ‌ାଣ କରିଥାଏ। କିନ୍ତୁ ସେ ବକ୍ସ ଅଫିସ ଫିଲ୍ମ ତିଆରି କରନ୍ତି। ଯେତେବେଳେ ତାଙ୍କ ସିନେମା ସଫଳ ହୁଏ ତାହା ଶାହରୁଖଙ୍କ ସିନେମା ହୋଇଯାଇଥାଏ। ଏହି କ୍ରମ‌‌ରେ ଯେ‌ତେବେଳେ ମୋର ସିନେମା ସଫଳ ହୁଏ, ‌ତାହା ଲୋକଙ୍କ ସିନେମା ଯାହାକି ସଫଳ ହୋଇଛି ବୋଲି ମୁଁ ଭାବେ, କିନ୍ତୁ ଶାହରୁଖ ସେମିତି କିଛି ଭାବନ୍ତି ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button