ସୋସିଆଲ ମିଡିୟାରେ ଭାଇରାଲ ହେବାକୁ ଲାଗିଛି ଏହି ମଡେଲଙ୍କ ଫୋଟୋ- ସ୍ତନ୍ୟପାନ କରାଇ ଫଟୋଶୁଟ୍ କରିଲେ ଏହି ମଡେଲ

ଆଜି ଆମେ ଆପଣଙ୍କୁ ଏମିତି ଏକ ମଡେଲଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ସୋସିଆଲ ମିଡିଆରେ ଖୁବ ନାଁ କରୁଛନ୍ତି । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ ଖୁବ ଚର୍ଚ୍ଚାରେ । ତେବେ ଯେମିତିକି ଆପଣମାନେ ଜାଣିଛନ୍ତି ଆମ ଦେଶରେ ମହିଳା ମାନଙ୍କ ଉପରେ ବହୁତ କଟକଣା ଲାଗିଥାଏ । ଏମିତି ବସିବୁନି, ଏମିତି କଥା ହାବୁନି, ଏମିତି ହସିବନୀ ଆଦି ଅନେକ କଥାରେ ନାରୀ ମାନଙ୍କୁ ବହୁତ କଥା କୁହାଯାଏ । ଏହା ବ୍ଯତୀତ ମହିଳା ମାନେ ନିଜେ ବି ଅନେକ କଥାକୁ ନେଇ ବହୁତ ଲାଜ ମଧ୍ୟ କରିଥାନ୍ତି । ସେଥିମଧ୍ୟରୁ ଗୋଟେ ହେଉଛି ସନ୍ତାନକୁ ସ୍ତନପାନ କରାଇବା ।
ଯେଉଁ ମହିଳାମାନେ ଏହାକୁ ଲାଜ କରୁଛନ୍ତି ବା ଏହି କଥାକୁ ନେଇ ୧୦୦ ଥର ଭାବୁଛନ୍ତି ଯେ ଏମିତି କରିବେକୀ ନାହିଁ ସେମାନଙ୍କୁ ତାଙ୍କର ଏହି ମେସେଜ । ତାଙ୍କର ଏହି ଫଟୋଶୁଟ୍ ଦ୍ବାରା ସେ କାହାକୁ ଆଘାତ ଦେବାକୁ ଚାହିଁନାହାନ୍ତି । ତେବେ “ବିଶ୍ବ ସ୍ତନ୍ୟପାନ ସପ୍ତାହ” ଅବସରରେ ଶାୟୋନ ଏହି ଖାସ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସମଗ୍ର ବିଶ୍ବ ଲଜ୍ଜା ଓ ଅପରାଧମୁକ୍ତ ହେବା ଜରୁରୀ ବୋଲି ସେ ଲୋଖିଛନ୍ତି । ଶାୟୋନଙ୍କର ଏହି ବୋଲ୍ଡ ବ୍ରାଇଡାଲ ଲୁକ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।