ଶିକ୍ଷା

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର,୨୯ା୮- ନୀଳାଦ୍ରିବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ଜ୍ଞାନ କୌଶଳ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିଜ୍ଞାନର ଉପକାରିତାକୁ ସାଧାରଣ ଲୋକାଭିମୁଖୀ କରାଇବା ପାଇଁ ଉପସ୍ଥିତ ଶିଶୁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଭାରତ ସରକାରଙ୍କ ଭୂତତ୍ୱ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶକ ଡ. ମନୋରଂଜନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ବୈଜ୍ଞାନିକମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ବିଜ୍ଞାନ କ୍ଷେତ୍ରରେ ଭାରତବର୍ଷକୁ ଏକ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ସଭାପତି ଦେବାଶିଷ ପରିଡା ସଂପାଦକ ଇନ୍ଦ୍ରମଣି ସେଣ୍ଡ ଯୋଗ ଦେଇଥିଲେ । ଏହି ଅବସରରେ କୁନିକୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତିତ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ଓ ବିଜ୍ଞାନ ପତ୍ରବାଚନ ଓ ଛାତ୍ର ନିବନ୍ଧ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା ମୋଟ ୬୦୦ପ୍ରତିଭାଗୀ ଯୋଗଦେଇଥିଲେ । ଭିନ୍ନଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଭାଗୀମାନଙ୍କୁ ମୁଖ୍ୟ ଅତିଥି ଡ: ମହାନ୍ତି ପୁରସ୍କୃତ କରିଥିଲେ । ବିଜ୍ଞାନ ମେଳାର ସଂଯୋଜକ ଦତ୍ତହରି ସ୍ୱାଇଁ ମେଳାର ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ବିଜ୍ଞାନ ମେଳାକୁ ସଫଳ କରାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button