ଓଡିଶା

ଭାଇରାଲ ବୟ Santanu ଓ Papu Pompom ଙ୍କ ମଧ୍ୟରେ କମ୍ପିଟିସନ, viral ହେଲା ଆଉ ଏକ ଭିଡିଓ, ଦେଖିଲେ ହସି ହସି ଗଡିବେ ଆପଣ…

ଭାଇରାଲ ବୟ ସାନ୍ତନୁ କୁମାର ମହାନ୍ତି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ସିଦ୍ଧାର୍ଥ ଟିଭିରେ ଟେଲିକାଷ୍ଟ ହେଉଥିବା ସଙ୍ଗ୍ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର” ରେ ଭାଗ ନେଇ ଓଡିଶାର କୋଟି କୋଟି ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି ସାନ୍ତନୁ । ତାଙ୍କ ଗୀତ ଗାଇବା ପ୍ରତିଭା ସହ ମଜା ମଜା କଥା ଶୁଣିବାକୁ ଦର୍ଶକେ ଟିଭି ପାଖେ ଚାହିଁ ବସୁଛନ୍ତି । ଏହାସହ ଫେସବୁକ, ଇନଷ୍ଟାଗ୍ରାମ ଆଦି ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ତାଙ୍କ ଭିଡିଓ ଗୁଡିକ ମୋବାଇଲ୍ରୁ ମୋବାଇଲକୁ ଘୁରି ବୁଲୁଛି ।

ଯେଉଁଠି ଦେଖିବ ସେଇଠି ସାନ୍ତନୁଙ୍କ ଚର୍ଚ୍ଚା । ସାନ୍ତନୁ ଖୁବ ମଜାଳିଆ ସ୍ଵଭାବର ପିଲା ଏବଂ ଗୀତ ବି ସେମିତି ଖୁବ ଭଲ ଗାଉଛନ୍ତି । ନିକଟରେ “ଓଡିଶାର ନୂଆ ସ୍ଵର” ର ଏକ ଅଧ୍ୟାୟରେ ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଦେଖିବାକୁ ମିଳିଥିଲା । ପପୁଙ୍କ ଉପସ୍ଥିତି ଏହି ଅଧ୍ୟାୟ ଟିକୁ ଖୁବ ରୋଚକ କରିଥିଲା ଓ ଦର୍ଶକଙ୍କୁ ଢେର ସାରା ମନୋରଞ୍ଜନ ଯୋଗାଇଥିଲା । ପପୁ ପ୍ରତିଯୋଗୀ ମାନଙ୍କୁ ଭଲ ଉପଦେଶ ଦେବା ସହ ସେମାନଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିଥିଲେ ।

ଏହା ବ୍ଯତୀତ ହାସ୍ୟରସ କରି ସମସ୍ତଙ୍କୁ ଖୁବ ହସାଇଥିଲେ ମଧ୍ୟ । ଭାଇରାଲ ବୟ ଶାନ୍ତନୁ ଏହି ଅଧ୍ୟାୟରେ ପପୁଙ୍କ ଏକ ଗୀତ “ଦିସ ଇଜ ମାୟାରେ ବାୟା” ଗାଇଥିଲେ । ଏହାର ଏକ ଲାଇନ ଥିଲା କି, “ଇଲୋ ମା ମୋବାଇଲ କି ମନ୍ତର କଲା, ବୁଢା ହଡା ଭେଣ୍ଡିଆଙ୍କୁ ରୋମିଓ ବନେଇ ଦେଲା” । ଏହି ଲାଇନଟି ଗାଇଲା ବେଳେ ସାନ୍ତନୁ ମୁଣ୍ଡରେ ଷ୍ଟାଇଲରେ ହାତ ବୁଲେଇ ପପୁଙ୍କ ଆଡକୁ ଅନେଇଥିଲେ ।

ତେଣୁ ଗୀତ ଶେଷ ହେବା ପରେ ପପୁ ତାଙ୍କୁ ପଚାରିଥିଲେ କି, “ଏହି ଲାଇନଟି ଗାଇବା ବେଳେ ତୁମେ ମୋତେ ଚାହିଁଲ, ମୁଁ ୟା ଭିତରୁ କଣ ବୋଲି ତୁମେ ଭାବୁଛ ?” ଅର୍ଥାତ ପପୁ ବୁଢା ନା ହଡା ନା ଭେଣ୍ଡିଆ ମଧ୍ୟରୁ କଣ ବୋଲି ସାନ୍ତନୁଙ୍କୁ ଲାଗୁଛନ୍ତି ବୋଲି ପପୁ ପଚାରିଥିଲେ । ସାନ୍ତନୁ କହିଥିଲେ କି ବୁଢା ମାନେ ତ ସିଏ ଜାଣିଛନ୍ତି କିନ୍ତୁ ହଡା ଭେଣ୍ଡିଆ ମାନେ ଜାଣି ନାହାନ୍ତି । ପପୁ ତାଙ୍କୁ ବୁଝେଇ ଦେଇଥିଲେ ଆଉ ଟିକେ ଭାବିଚିନ୍ତି ଉତ୍ତର ଦେବାକୁ କହି ହସି ପକାଇଥିଲେ ।

ସାନ୍ତନୁ ପପୁଙ୍କୁ ଭେଣ୍ଡିଆ କହିବା ପରେ ପପୁ ଖୁସି ହୋଇ ଯାଇଥିଲେ । ସେହିପରି ସାନ୍ତନୁ ଆଉ ଏକ ଅଧ୍ୟାୟରେ ଶୋ ମଝିରେ ପ୍ରେରଣାଙ୍କୁ ଦୁଇ ଯିବେ ବୋଲି କହୁଥିବାର ଭିଡିଓ ମଧ୍ୟ ବେହ ଚର୍ଚ୍ଚାରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button