ବିଚାର

“ଓଡ଼ିଶାର ନୂଆ ସ୍ୱର” ସେଟରେ ଗୀତ ସାଙ୍ଗକୁ ଏମିତି Comedy କଲେ ହାସ୍ୟ ଅଭିନେତା Papu Pompom, ଦେଖନ୍ତୁ ଗୀତ ସାଙ୍ଗକୁ ତାଙ୍କ କମେଡି ବାଲା ଡାନ୍ସ….

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ ଆଦି ସବୁ ଭାଷା ରେ ରିୟାଲିଟି ସୋ ର ଚାହିଦା ବଢିବାକୁ ଲାଗିଲାଣି ଏବଂ ଏହି ଚାହିଦା ଯୋଗୁଁ ଦିନ କୁ ଦିନ ବିଭିନ୍ନ ରିୟାଲିଟି ସୋ ସବୁ ଚ୍ୟାନେଲ ରେ ଦେଖିବାକୁ ମିଳି ଲାଣି । ନୃତ୍ୟ, ସଙ୍ଗୀତ,ଅଭିନୟ ଆଦି ଅନେକ ପ୍ରକାରର ରିୟାଲିଟି ସୋ ରହୁଛି ଏବଂ ବହୁତ ଲୋକ ଏହି ରିୟାଲିଟି ସୋ ରେ ଆସି ନିଜ ପାଖରେ ଥିବା ନୃତ୍ୟ ର କିମ୍ବା ସଙ୍ଗୀତ ର ଆଦି ର ପ୍ରତିଭା କୁ ପ୍ରଦର୍ଶିତ କରୁଛନ୍ତି ।

ତେବେ ଏହି ରିୟାଲିଟି ସୋ ଗୁଡିକ ସର୍ଵଦା ଖୁବ ଚାହିଦା ରେ ମଧ୍ୟ ରହୁଛି ଏବଂ ଏହାର ଟି ଆର ପି ମଧ୍ୟ ବହୁତ ବଢୁଛି । ତେବେ ବର୍ତ୍ତମାନ ସିଦ୍ଧାର୍ଥ ଟିଭି ଓଡ଼ିଶାର ନୂଆ ସ୍ୱର ଜୁନିୟର ନାମକ ଏକ ରିୟାଲିଟି ଶୋ ରେ କୁନି କୁନି ପିଲାଙ୍କ ପ୍ରତିଭା କୁ ପରିବେଷଣ କରୁଛନ୍ତି । ଏହି ଶୋ ରେ ବହୁତ ଦୂର ଦୁରାନ୍ତରୁ କୁନି କୁନି ଗାୟକ ଗାୟିକା ଆସିଥିଲେ ଯେଉଁମାନେ କି ସୁନ୍ଦର ସୁନ୍ଦର ଗୀତ ଗାଇ ନିଜର ସୁମଧୁର ସ୍ୱର ରେ ଲୋକଙ୍କ ହୃଦୟ କୁ ଜିତିବାରେ ସଫଳ ହୋଇ ପାରୁଛନ୍ତି ।

ତେବେ ଏହି ଶୋ ରେ ବର୍ତ୍ତମାନ କମେଡି କିଙ୍ଗ ପପୁ ପମପମ ଅତିଥି ଭାବରେ ଆସିଥିଲେ ଏବଂ ସେ ମଧ୍ୟ ପିଲା ମାନଙ୍କ ର ଉତ୍ସହିତ କରିଥିଲେ। ତେବେ ସେ ନିଜ ଫିଲ୍ମ ମିଷ୍ଟର କନହେୟା ର ପ୍ରମୋଶନ ପାଇଁ ଆସିଥିଲେ। ତେବେ ସେ ଏହି ଫିଲ୍ମ ବିଷୟରେ ମଧ୍ୟ କିଛି କଥା କହିଥିଲେ ଏବଂ ଏହି ଫିଲ୍ମ ଟି ନାରୀ ଶକ୍ତି ଉପରେ ନିର୍ମିତ ବୋଲି ମଧ୍ୟ କହିଥିଲେ ଏବଂ ଏହି ଫିଲ୍ମ ରେ ବହୁତ ମଜା ମଜା ସିନ ସବୁ ଅଛି ଏବଂ ଝିଅମାନେ ଦେଖିଲେ ତାଙ୍କୁ ଖୁବ ଭଲ ଲାଗିବ । ତେବେ ଏଥିରେ କୌଣସି ପ୍ରକାରର ଖରାପ ଜିନିଷ ନାହିଁ।

ତେବେ ପରେ ସେ ମିଷ୍ଟର କନହେୟା ର ଟାଇଟଲ ଗୀତ ରେ ଷ୍ଟେଜ ଉପରେ ପିଲା ମାନଙ୍କ ସହ ନାଚିଥିଲେ ଏବଂ ଖୁବ ମସ୍ତି ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ସିନେମା କୁ ଲୋକମାନେ ଖୁବ ଭଲ ପାଇବା ଦେଉଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣ ମାନେ ପପୁ ଙ୍କୁ ତ ନିଶ୍ଚିତ ଜାଣିଥିବେ ତେବେ ସେ କମେଡି କିଙ୍ଗ ଭାବରେ ଲୋକପ୍ରିୟ ଏବଂ ସେ ଅନେକ ସିନେମା ରେ ମଧ୍ୟ ନିଜର ଅଭିନୟ ର ଯାଦୁ ରେ ଲୋକମାନଙ୍କ ହୃଦୟ ରେ ରାଜ କରୁଛନ୍ତି ।

ତେବେ ତାଙ୍କ ବାସ୍ତବ ନାମ ହେଉଛି ପ୍ରକାଶ ଶତପଥୀ । ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରି ସାରିଛନ୍ତି । ଆହୁରି କରି ଚାଲି ଛନ୍ତି । ତେବେ ସେ ପ୍ରଥମେ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ ।

ପରେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ।

ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକରଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି । ତେବେ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button