ଦେଶ ବିଦେଶ

ବେଙ୍ଗାଲୁରୁରେ ଖୋଲିଲା ଭାରତର ପ୍ରଥମ ୩-ଡି ପ୍ରିଣ୍ଟେଡ୍ ପୋଷ୍ଟ ଅଫିସ୍ – Utkal Mail


ବାଙ୍ଗାଲୁରୁ : ସାଇବର ସିଟି ବେଙ୍ଗାଲୁରୁରେ ଭାରତର ପ୍ରଥମ ଥ୍ରୀଡି (୩-ଡି) ପ୍ରିଣ୍ଟେଡ୍ ଡାକଘର ଖୋଲିଛି। ଏହାକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ମାତ୍ର ୪୫ ଦିନ ମଧ୍ୟରେ ଡାକଘରର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାକୁ ପାରମ୍ପରିକ ଉପାୟରେ ତିଆରି କରିବାକୁ ପ୍ରାୟ ୬ରୁ ୮ ମାସ ସମୟ ଲାଗିଥାନ୍ତା। ଖର୍ଚ୍ଚ ଏବଂ ସମୟ ସଞ୍ଚୟ 3D-କଂକ୍ରିଟ୍ ପ୍ରିଣ୍ଟିଂ ଟେକ୍ନୋଲୋଜିକୁ ପାରମ୍ପରିକ ବିଲ୍ଡିଂ ସିଷ୍ଟମର ଏକ ଉପଯୋଗୀ ବିକଳ୍ପରେ ପରିଣତ କରେ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩-ଡି ପ୍ରିଣ୍ଟେଡ୍ ପୋଷ୍ଟ ଅଫିସର ଫଟୋ ଏକ୍ସ (ଟୁଇଟର)ରେ ସେୟାର କରି ଲେଖିଛନ୍ତି, ‘ଏହି ପୋଷ୍ଟ ଅଫିସ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଏହା ଆମ ଦେଶର ଉଦ୍ଭାବନ ଓ ପ୍ରଗତିର ପ୍ରମାଣ, ଏହା ଆତ୍ମନିର୍ଭର ଭାରତର ଭାବନାର ପ୍ରତୀକ। ଯେଉଁମାନେ ପୋଷ୍ଟ ଅଫିସ୍ ସମ୍ପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ।

 

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାକଘରକୁ ଉଦଘାଟନ କରି କହିଲେ, ବିକାଶର ଭାବନା, ନିଜର ଜ୍ଞାନକୌଶଳ ବିକଶିତ କରିବାର ଭାବନା, ପୂର୍ବ କାଳରେ ଅସମ୍ଭବ ମନେ କରାଯାଉଥିବା କିଛି କାମ କରିବାର ଭାବନା। ଏହା ହେଉଛି ଏହି ସମୟର ନିର୍ଣ୍ଣାୟକ ବୈଶିଷ୍ଟ୍ୟ । ପ୍ରାୟ ୬ରୁ ୮ ମାସର ନିର୍ମାଣ କାମ ମାତ୍ର ୪୫ ଦିନରେ ଶେଷ ହୋଇଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button