ଦେଶ ବିଦେଶ

ଭାରତର ସ୍ବାଧୀନତା ଦିବସ ପାଳନ କରି ରିଲ୍ସ କଲେ ଅଞ୍ଜୁ, ଭାରତକୁ ନେଇ କହିଲେ ଏଭଳି କଥା – Utkal Mail


ଜୟପୁର: ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଥିଲା। ବିବାହ ପରେ ସେଠାରେ ସେ ବୁର୍ଖା ପିନ୍ଧୁଥିବା ସହ ତାଙ୍କୁ ବିଭିନ୍ନ ଆଡୁ ଉପହାର ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ଇସଲାମ ଗ୍ରହଣ କରିବା ପରେ ଅଞ୍ଜୁ ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ କରିଥିବା ଦେଖାଯାଇଥିଲା।

ପାକିସ୍ତାନର ସ୍ବାଧୀନତା ଦିବସ ପାଳନ କରିବା ସହ ସେ ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ମଧ୍ୟ ପାଳନ କରିଥିଲେ। ଏମିତି କି ସେ ୟେ ମେରା ଇଣ୍ଡିଆ ଗୀତରେ ମଧ୍ୟ ରିଲ୍ସ କରିଥିବା ଦେଖାଯାଇଥିଲା, ଯାହା ଏବେ ଭାଇରାଲ ହୋଇଛି। ପାକିସ୍ତାନ ଯିବା ପରେ ଅଞ୍ଜୁ ଭାରତକୁ ବହୁତ ମନେ ପକାଉଥିବା କହିଛନ୍ତି।

କିଛି ଦିନ ତଳେ ଅଞ୍ଜୁ କହିଥିଲେ, ମୁଁ ଭାରତର ଝିଅ। ମୁଁ ଭାରତରେ ଜନ୍ମ ହୋଇଥିଲି ଏବଂ ଖୁବଶୀଘ୍ର ଭାରତ ଯିବି। ପାକିସ୍ତାନ ଭଲ ଏବଂ ସୁନ୍ଦର। ହେଲେ ଭାରତକୁ ମଧ୍ୟ ମୁଁ ପସନ୍ଦ କରେ। ଭାରତ ବହୁତ ସୁନ୍ଦର।

ଅଞ୍ଜୁ ଆହୁରି କହିଥିଲେ ଯେ ତାଙ୍କ ବିଷୟରେ ଗଣମାଧ୍ୟମରେ ଅନେକ ଗୁଜବ ରହିଛି। ତାଙ୍କର ଏକ ଫଟୋ ଦେଖାଇ କୁହାଯାଉଛି ଯେ ସେ ନିଜ ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ପିଲାମାନଙ୍କ ସହ ଭୁଲ କରିଛନ୍ତି। କିନ୍ତୁ ସେପରି ନୁହେଁ, ମୁଁ ଜଣେ ମଣିଷ ଓ ମୋ ପ୍ରତି ଟିକିଏ ସକାରାତ୍ମକ ଭାବନା ରଖନ୍ତୁ ବୋଲି କହି ସେ ନିବେଦନ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button