କ୍ରାଇମ
ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ଜଣେ ମୃତ

ସାଲେପୁର: ବୋମା ଭିଡ଼ିବା ବେଳେ ବିସ୍ଫୋରଣ । ଉଡ଼ିଲା ଘର, ଜଣେ ମୃତ । କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ବ୍ଳକ ଅନ୍ତର୍ଗତ ମଙ୍ଗିଗଡ଼ା ନିକଟରେ ବିସ୍ଫୋରଣ ହୋଇଛି ।
ଗତରାତିରେ ରାସ୍ତାକଡ଼ରେ ଥିବା ଏକ ଭଡ଼ା ଘରେ ଜଣେ ବ୍ୟକ୍ତି ବୋମା ଭିଡ଼ୁଥିଲେ । ଏହି ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ବିଭିନ୍ନ ପ୍ରକାରର ବୋମା ତିଆରି ସାମଗ୍ରୀ ସହ ଗୋଟିଏ ବାଇକ୍ ଏବଂ ଗ୍ୟାସ ଟାଙ୍କି ଜବତ କରିଛି ପୋଲିସ ।