ଓଡିଶା
ଶ୍ରୀ ବାଣୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର : କିସ୍ ଶ୍ରୀ ବାଣୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୀତିକାନ୍ତି ପରେ ଭୋର୍ ୫ ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଥିବା ପରେ ମା’ ସୁଭଦ୍ରା ଓ ପରେ କାଳିଆ ଠାକୁର ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଆସି ପହଞ୍ଚିଥିଲେ ।
ସୁବାସିତ ଜଳରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଥିଲା । ପରେ ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଏହି ହାତୀବେଶ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।