ସ୍ୱାସ୍ଥ୍ୟ

ଏସିବିରେ ଡାଇରିଆରେ ୭୮ ଜଣ ଭର୍ତ୍ତି, ସ୍ୱତନ୍ତ୍ର ଟିମ କରି ଯୋଗାଇ ଦିଆଯାଉଛି ଚିକିତ୍ସା

କଟକ : ଏସିବିରେ ଡାଇରିଆରେ ଆକ୍ରାନ୍ତ ହୋଇ ୭୮ ଜଣ ଭର୍ତ୍ତି ହୋଇଛନ୍ତି ।  ୭୮ ଜଣଙ୍କ ମଧ୍ୟ ରୁ ୩୯ ଜଣ ଯାଜପୁର ଜିଲ୍ଲାର ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆଇ ସି ୟୁ ରେ ଓ ଚାରି ଜଣ ମେଡ଼ିସିନ ୱାର୍ଡ ଚିକିତ୍ସିତ ହେଉଛନ୍ତି ।

ଏସିବି ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଡାଇରିଆ ର ଚିକିତ୍ସା ଯୋଗାଇ ଦିଆଯାଉଛି ।  ଯାଜପୁରରେ ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପିଛି, ସେ ସ୍ଥାନକୁ ଏସିବି ରୁ ଏକ ଡାକ୍ତରୀ ଟିମ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଯେଉଁ ଦୁଇ ଜଣ ଙ୍କ ମୃତୁ ହୋଇଛି , ଜଣେ ଟମକା ଓ ଆଉ ଜଣେ କଟକର ବୋଲି ଏସିବି ପ୍ରଶାସନିକ ଅଧିକାରୀ ସୁବାସ ରାୟ ଙ୍କ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button