ଓଡିଶା
ବାଲି ମାଫିଆଙ୍କ ଦାଦାଗିରି : ରାତି ଅଧରେ ଜୁନିଅର ମାଇନିଂ ଅଫିସରଙ୍କୁ ଆକ୍ରମଣ

ଜଳେଶ୍ବର : ବାଲି ମାଫିଆଙ୍କ ଦାଦାଗିରି । ରାତି ଅଧରେ ଜୁନିଅର ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢାଉ କରିଥିଲେ ଜଳେଶ୍ବର ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର ଦାସ । ଘଟଣା ସ୍ଥଳରୁ ଗୋଟିଏ ବାଲି ବୋଝେଇ ଡମ୍ପର ଜବତ କରିଥିଲେ । ଚଢ଼ାଉ ସାରି ଫେରିବା ବେଳେ କିଛି ମାଫିଆ ମାଇନିଂ ଅଫିସରଙ୍କୁ ଅଟକ ରଖି ଆକ୍ରମଣ କରିଥଲେ । ଏନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।